Odisha News

ଜାଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଗଛରେ ପିଟିହେଲା କାର, ୬ ମୃତ

ନୂଆପଡ଼ା, ୧/୩ : କୁହାଯାଇଥାଏ ଦ୍ରୁତ ଗତି, ମହା ବିପତ୍ତି। ସଡ଼କ ସୁରକ୍ଷା, ଜୀବନ ରକ୍ଷା। ରାସ୍ତାରେ ଯିବା ବେଳେ ଏହି ଦୁଇଟି ଜିନିଷ ପ୍ରତି ଧ୍ୟାନ ଦିଆଗଲେ ଜୀବନ ସୁରକ୍ଷିତ ରହିଥାଏ ଓ ପରିବାର ସୁଖମୟ ହୋଇଥାଏ। ଆଉ ଗାଡ଼ି ଚଳାଇବା ସମୟରେ ଯଦି ଚାଳକ ସତର୍କତା ପ୍ରତି ଦୃଷ୍ଟି ନରଖନ୍ତି, ତା’ହେଲେ ମରଣ ସୁନିଶ୍ଚିତ। ନୂଆପଡ଼ା ଜିଲ୍ଲାରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି।
ରାସ୍ତକଡ଼ରେ ଥିବା ଗଛକୁ କାର୍ ଧକ୍କା ଦେବାରୁ ଜଣେ ମହିଳା ଓ ଶିଶୁ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ଜଣାପଡ଼ି ନଥିଲେ ବି, ଏମାନେ ପଡୋଶୀ ଛତିଶଗଡ଼ର ହୋଇଥିବା ନେଇ ଚର୍ଚ୍ଚା ହେଉଛି।

Related Posts

Seo wordpress plugin by www.seowizard.org.