Odisha News

ଛାତ କଂଗ୍ରେସର ବିକ୍ଷୋଭ: ମନ୍ତ୍ରୀ ସମୀର ଦାଶଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼

ଭୁବନେଶ୍ୱର,୨୮/୯: ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ଘର ଉପରେ ଅଣ୍ଡା,ଟମାଟୋ ମାଡ଼ କରିଛି ଛାତ୍ର କଂଗ୍ରେସ । ପୁରୀ ଜିଲ୍ଲା ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ର ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତି ଅଭିଯୋଗରେ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିଛି। ବିକ୍ଷୋଭ କରିବା ସହ ଛାତ୍ର କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।
ଛାତ୍ର କଂଗ୍ରେସ ମନ୍ତ୍ରୀ ସମୀର ଦାଶଙ୍କ ସରକାରୀ ବାସଭବନ ଆଗରେ ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା, ଟମାଟୋ ମାଡ଼ କରିଛି।
ଅନ୍ୟପକ୍ଷେ, ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ ଭାଇରାଲ ହୋଇଥିବା ଅଡିଓ ସମ୍ପର୍କରେ ଛାନଭିନ୍ ଲାଗି କମିଶନରେଟ୍ ପୋଲିସ ଗୋପ ଯିବ ବୋଲି ସୂଚନା ମିଳିଛି। ଗତକାଲି ଭାଇରାଲ ହୋଇଥିବା ଅଡିଓର ସତ୍ୟତା କେତେ, ଗୋପ ଯାଇ ତାର ଛାନଭିନ୍ କରିପାରେ ପୋଲିସ। ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ଆଉ କାହା ସହ କଥା ହୋଇଥିଲେ ତା’ର ମଧ୍ୟ ତଦନ୍ତ କରିବ ପୋଲିସ୍। ଧର୍ମେନ୍ଦ୍ର ମୃତ୍ୟୁ ପୂର୍ବରୁ ଏକାଧିକ ଲୋକଙ୍କ ସହ ଫୋନ୍ରେ କଥା ହୋଇଥିବା ପୋଲିସ ସୂଚନା ପାଇଛି।

Related Posts

Seo wordpress plugin by www.seowizard.org.