Odisha News

ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ଇଣ୍ଟରନେଟ୍, ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ହେବ ୱାଇଫାଇ ଯୁକ୍ତ

ଭୁବନେଶ୍ବର,୧/୧୧: ରାଜ୍ୟ ସରକାର ଡିଜିଟାଲ ମାଧ୍ୟମରେ ଶିକ୍ଷାର ବିକାଶକୁ ଗୁରୁତ୍ବ ଦେଉଛନ୍ତି। ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଇ-ଲାଇବ୍ରେରି ସହିତ କମ୍ପ୍ୟୁଟର ଲ୍ୟାବ୍ (ପ୍ରୟୋଗଶାଳା) ଖୋଲିବା ପରେ ଏବେ ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ ପରିସରକୁ ୱାଇଫାଇ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରମାକାନ୍ତ ନାୟକ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର କୁଳସଚିବମାନଙ୍କୁ ଚିଠି ଲେଖିଛନ୍ତି।
ଶ୍ରୀ ନାୟକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟର ପରିସର ୱାଇଫାଇଯୁକ୍ତ ହେବ। ଏହା ଦ୍ବାରା ଛାତ୍ରଛାତ୍ରୀଙ୍କୁ ୱାଇଫାଇ ସୁବିଧା ମିଳିବ ମାଗଣାରେ ମିଳିପାରିବ। ଏହି ସୁବିଧା ମିଳିବା ଦ୍ବାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ସୁବିଧା ହେବ। ତେଣୁ ଛାତ୍ରଛାତ୍ରୀଙ୍କ ବୃହତ୍ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତି ନେଇଛନ୍ତି।
ଆଜିର ଦିନରେ ଅଧିକାଂଶ ପାଠ୍ୟ ପୁସ୍ତକ ଅନ୍ଲାଇନ୍ରେ ଉପଲବ୍ଧ ରହୁଛି। ମାଗଣା ଇଣ୍ଟରନେଟ୍ ସୁବିଧା ଦିଆଯିବା ଦ୍ଵାରା ଛାତ୍ରଛାତ୍ରୀଙ୍କ ଅଧ୍ୟୟନରେ ଏହା ସହାୟକ ହେବ, ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସି ପାରିବ। ଏଥିପାଇଁ ବିଶ୍ବବିଦ୍ୟାଳୟ ପରିସରରେ ୱାଇଫାଇ ନେଟୱର୍କ ଇଷ୍ଟଲେସନ ଲାଗି ବ୍ୟୟ ଅଟକଳ ବା ଏଷ୍ଟିମେସନ ପ୍ରସ୍ତାବ ଦିଅନ୍ତୁ।

Related Posts

Seo wordpress plugin by www.seowizard.org.