Odisha News

ଚ୍ୟାଲେଞ୍ଜ ଜିତିବା ଆଶାରେ ଖାଇଲେ ୧୫୦ ମୋମୋସ୍, ଶେଷରେ ହୋଇଗଲା ମୃତ୍ୟୁ

ଗୋପାଳଗଞ୍ଜ,୧୬/୭: ବିହାରର ଗୋପାଳଗଞ୍ଜରେ ମୋମୋ ଖାଇବା ପରେ ଜଣେ ଯୁବକଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି। ଗୁରୁବାର ବିଳମ୍ବିତ ରାତିରେ (ଜୁଲାଇ ୧୩) ସନ୍ଧ୍ୟାରେ ସିୱାନର ବଡ଼ହରିଆ ପୁଲିସ ଷ୍ଟେସନ ଅଞ୍ଚଳର ଜ୍ଞାନୀମୋଡରେ ଏହି ଘଟଣା ଘଟିଛି ।
ବାସ୍ତବରେ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହ ରାସ୍ତା କଡ଼ରେ ପଡ଼ିଥିବାର ସ୍ଥାନୀୟ ଲୋକ ଦେଖିଥିଲେ । ଏହା ପରେ ସମ୍ପର୍କୀୟମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପର୍କୀୟମାନେ ପୁଲିସକୁ ସୂଚନା ଦେଇଥିଲେ ।
ମୃତ ଯୁବକ ଜଣକ ଥାଭେ ପୁଲିସ ଷ୍ଟେସନର ସିହୋରା ଗ୍ରାମ ନିବାସୀ ବିପିନ କୁମାର ପାସୱାନ୍ (୨୫ ବର୍ଷ) ବୋଲି ଜଣାପଡିଛି। ବିପିନ ଏକ ମୋବାଇଲ୍ ଦୋକାନ କରିଥିଲେ ।
ପ୍ରତିଦିନ ଭଳି ସେ ଗୁରୁବାର ଦିନ ତାଙ୍କ ଦୋକାନକୁ ଯାଇଥିଲେ । ମୃତକଙ୍କ ପିତା କହିଛନ୍ତି ଯେ ଗୁରୁବାର ରାତିରେ ଦୁଇଜଣ ଯୁବକ ତାଙ୍କ ଦୋକାନକୁ ଆସିଥିଲେ ଏବଂ ସାଙ୍ଗରେ ନେଇଥିଲେ। ସେମାନେ ବିପିନଙ୍କୁ ବିଷାକ୍ତ ଖାଦ୍ୟ ଦେଇ ହତ୍ୟା କରିଛନ୍ତି ।ଅନ୍ୟପଟେ ପୁଲିସ କହିଛି ଯେ ଅଧିକ ମୋମୋ ଖାଇବା ଚକ୍କରରେ ଯୁବକଙ୍କ ମୃତ୍ୟୁ ହୋଇଛି ।
ଅଳ୍ପ ସମୟ ମଧ୍ୟରେ କେତେ ଅଧିକ ମୋମୋ ଖାଇପାରିବ ସେନେଇ ତିନିଜଣ ସାଙ୍ଗଙ୍କ ମଧ୍ୟରେ ପ୍ରତିଯୋଗିତା ଲାଗିଥିଲା । ଆଉ ବିପିନ ମୋମୋ ଖାଇବା ବେଳେ ଏହାକୁ ନ ଚୋବାଇ ଗିଳିପକାଇଥିଲେ । ଯାହାଦ୍ୱାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଶବ ବ୍ୟବଛେଦ ରିପୋର୍ଟରେ ମଧ୍ୟ ଏବାବଦରେ ଖୁଲାସା ହୋଇଛି । ଶବ ବ୍ୟବଛେଦ କରିଥିବା ଡାକ୍ତର କହିଛନ୍ତି ଯେ ଅତ୍ୟଧିକ ମୋମୋ ଖାଇବା ଦ୍ୱାରା ଏଭଳି ଘଟଣା ଘଟିଛି ।
ଡାକ୍ତର କହିଛନ୍ତି ଯେ ଏହି ଯୁବକ ଜଣକ ମୋମୋ ଖାଇଥିଲେ ଆଉ ଏହାକୁ ଭଲରେ ନ ଚୋବାଇ ଗିଳିଦେଇଥିଲେ । ଯାହାଫଳରେ ତାଙ୍କ ତଣ୍ଟିରେ ମୋମୋ ଅଟକିଯାଇଥିଲା । ଆଉ ଶ୍ବାସରୁଦ୍ଧ ହେବାରୁ ତାଙ୍କ ଜୀବନ ଚାଲିଯାଇଥିଲା ।

Related Posts

Seo wordpress plugin by www.seowizard.org.