Odisha News

ଚୀନ୍ କୁ କଲବଲ କଲାଣି କରୋନା

ନୂଆଦିଲ୍ଲୀ,୨୬ ।୧୧: ଅଣାୟତ ଚୀନରେ କରୋନା ସଂକ୍ରମଣ । ଦିନକୁ ଦିନ ବିଗିଡିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୦ ଦିନରେ ସ୍ଥିତି ଅଧିକ ବିଗିଡିଛି । ଦୈନିକ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମଣ ହେଉଥିବାର ଖବର ଆସୁଛି । ଏପରିକି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବହୁତ ଅଧିକ । ସ୍ଥିତି ଏପରି ଯେ ମୃତ୍ୟୁ ଦେହ ପାଇଁ ସ୍ମଶାନରେ ଜାଗାର ଅଭାବ ଦେଖା ଦେଇଛି । ଡାକ୍ତର ଖାନାରେ ବେଡର ଅଭାବ । ଚୀନ୍ ର କିଛି କିଛି ସ୍ଥାନରେ ରାସ୍ତା କଡରେ ଚାଲିଛି ଆକ୍ରାନ୍ତଙ୍କ ଚିକିତ୍ସା । ଆଉ ଏଭଳି ସ୍ଥଳରେ ଦୈନିକ କରୋନା ସଂକ୍ରମିତଙ୍କ ଖବର ଦେବନି ଚାଇନା । ନ୍ୟାସନାଲ ହେଲଥ୍ କମିଶନର ପକ୍ଷରୁ ଏଭଳି ଘୋଷଣା କରାଯାଇଛି । ଗତ ୩ ବର୍ଷ ହେଲା କୋଭିଡ୍ ର ଦୈନିକ ତଥ୍ୟ ଦେଉଥିଲା ଚୀନ୍ । କିନ୍ତୁ ଗତ କିଛି ଦିନ ହେଲା କଭୋଡିର ନୂଆ ଭାରିଆଣ୍ଡ ଚୀନ୍ ରେ ଭୟଙ୍କର ସ୍ଥିତି ସୃଷ୍ଟି କରିଛି । ବୋଧ୍ ହୁଏ ପ୍ରକୃତ ସତ୍ୟ ସମସ୍ତଙ୍କ ଆଖିରୁ ଲୁଚାଇବାକୁ ଚୀନ୍ ଦୈନିକ ତଥ୍ୟ ଲୁଚାଇବାକୁ ଚେଷ୍ଟା କରୁଥିବା ସନ୍ଦେହ ସୃଷ୍ଟି କରୁଛି ।

Related Posts

Seo wordpress plugin by www.seowizard.org.