Odisha News

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ୍ ଦେଖାଉଥିଲେ, ଯାତ୍ରୀବାହୀ ଡଙ୍ଗାରୁ ଖସିପଡ଼ିଲେ ନାବିକ

ଚିଲିକା,୨୫/୧୦: ଚିଲିକା ଗଣ୍ଡରେ ଟୁରିଷ୍ଟ ଡଙ୍ଗାରୁ ଗଳି ପଡିଲେ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି। ନାଉରିଆ ଗଳିପଡ଼ିବା ପରେ ଟୁରିଷ୍ଟ୍ ଡଙ୍ଗାଟି ଚିଲିକା ଗଣ୍ଡରେ ଦିଗହରା ହୋଇ ଚକ୍କର କାଟୁଥିଲା। ଜୀବନ ବଞ୍ଚାଇବା ପାଇଁ ଡଙ୍ଗାରେ ଥିବା ପର୍ଯ୍ୟଟକମାନେ ଆର୍ତ୍ତ ଚିତ୍କାର କରିଥିଲେ।
ଖବର ପାଇ ସ୍ଥାନୀୟ ଡଙ୍ଗା ଚାଳକମାନେ ଟୁରିଷ୍ଟମାନଙ୍କୁ ଉଦ୍ଧାର କରିଥିଲେ। ହେଲେ ଚିଲିକା ଗଣ୍ଡରେ ଗଳି ପଡିଥିବା ଟୁରିଷ୍ଟ ଡଙ୍ଗା ଚାଳକଙ୍କ ପତ୍ତା ମିଳିନି। ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି।
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍ ସାତପଡ଼ା ଘାଟରୁ ୫ ଜଣ ଟୁରିଷ୍ଟଙ୍କୁ ଧରି ଏକ ଡଙ୍ଗା ଚିଲିକାରେ ଡଲଫିନ୍ ଦେଖାଇବା ପାଇଁ ମଗରମୁହଁ ନିକଟକୁ ଯାଇଥିଲା। ମଝି ଚିଲିକାରେ ଅର୍ଥାତ ଚିଲିକା ଗଣ୍ଡରେ ହଠାତ ଡଙ୍ଗା ଚାଳକ ବିକ୍ରମ କେଶରୀ ଜାଲି ମାନସିକ ଭାରସାମ୍ୟ ହରାଇ ଡଙ୍ଗାରୁ ଗଳି ପଡିଛନ୍ତି।

Related Posts

Seo wordpress plugin by www.seowizard.org.