Odisha News

ଘର ଉପରେ ବଜ୍ରପାତ,ଝିଅ ମୃତ,ବାପା,ମା ଗୁରୁତର

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୩୦/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଗୁରୁବାର ଅପରାହ୍ନରେ ଘଡଘଡ଼ି ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ବୋହିବା ସହିତ ବଜ୍ରାଘାତରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ଟିକାବାଲି ଥାନା ଅନ୍ତର୍ଗତ ବପଲମେଣ୍ଡି (ବି) ବାହାଡ଼ା ସାହି ଗ୍ରାମପଞ୍ଚାୟତ ଅଧୀନସ୍ତ ଗୁଡାରସାହିର ବିମ୍ବାଧର ବିଷୋୟୀଙ୍କର ଦ୍ୱିତୀୟ କନ୍ୟା ରୁପାଲୀ ବିଷୋୟୀ (୨୩) ।
ରୁପାଲୀଙ୍କ ପରିବାର ନିଜ ଘର ଗୁଡ଼ାରୀ ସାହିରୁ ଆସି ଟିକାବାଲି ଆଖଣ୍ଡଳମଣି ମନ୍ଦିର ପାଖରେ ଭଡ଼ାଘରେ ରହୁଥିଲେ । ଗୁରୁବାର ଅପରାହ୍ନରେ ହଠାତ ଘର ଉପରେ ବଜ୍ରାଘାତ ହୋଇଥିଲା ଜ୍ଝ
ସେଥିରେ ବିମ୍ବାଧର ବିଷୋୟୀ ମାଆ ଅତୁଳା ବିଷୋୟୀ ସାମାନ୍ୟ ଆଘାତ ହେଇଥିବା ବେଳେ ରୁପାଲୀ ଗୁରୁତର ହୋଇ ପଡ଼ିଥିଲେ ।
ସ୍ଥାନୀୟ ବାସିନ୍ଦା ସମସ୍ତଙ୍କୁ ଉଦ୍ଧାର କରି ଟିକାବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ଖବର ପାଇ ଟିକାବାଲି ଆଇ ଆଇ ସି କଲ୍ୟାଣୀ ମୟୀ ଷେଣ୍ଢ ଘଟଣା ସ୍ଥଳରେ ପହଞ୍ଚି କେଶ ନଂ.୪/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ସୂଚନା ଦେଇଛନ୍ତି କ୍ଷ

Related Posts

Seo wordpress plugin by www.seowizard.org.