Odisha News

ଘରେ ପଶି ମହିଳାଙ୍କୁ ଗୁଳିମାଡ଼, ପୋଲିସ ଖୋଜୁଛି କାରଣ

ବାଲେଶ୍ୱର,୬/୧୨ : ଘରେ ପଶି ମହିଳାଙ୍କୁ ଅଖିବୁଜା ଗୁଳିମାଡ଼ କରି ଛୁ ମାରିଲେ ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ରାଇପାଳ ଗାଁରେ। ମହିଳାଙ୍କ ଜଣଙ୍କ ହେଲେ ଲକ୍ଷ୍ମୀ ମୁର୍ମୁ। ତାଙ୍କ ଦେହରେ ୩ଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।
ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀ ତାଙ୍କ ସ୍ୱାମୀ ଓ ତାଙ୍କ ପୁଅ ଘରେ ଶୋଇଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ଘରେ ପଶି ଲକ୍ଷ୍ମୀଙ୍କ ଉପରେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ। ଲକ୍ଷ୍ମୀଙ୍କର ଅଣ୍ଟା, ପେଟ ଓ ହାତରେ ୩ଟି ଗୁଳି ବାଜିଥିଲା। ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।
ପରିବାର ଲୋକେ ପ୍ରଥମେ ଲକ୍ଷ୍ମୀଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। କେଉଁ କାରଣ ପାଇଁ ଲକ୍ଷ୍ମୀଙ୍କ ଉପରେ ଦୁର୍ବୃତ୍ତମାନେ ଗୁଳିମାଡ଼ କଲେ ତାର କାରଣ ଜଣାପଡ଼ି ନାହିଁ। ପୂର୍ବ ଶତ୍ରୁତା ନା ଆଉ କଛି କାରଣ ଅଛି ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Related Posts

Seo wordpress plugin by www.seowizard.org.