Odisha News

ଘରକୁ ଫେରିଲେ ୪ ଛାତ୍ର, ଶନିବାରଠୁ ଥିଲେ ନିଖୋଜ

କେନ୍ଦୁଝର,୨୬/୨: କେନ୍ଦୁଝର ଟାଉନ ଥାନା ବଡ଼ହଳସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲର ନିଖୋଜ ୪ ଛାତ୍ର ଗତକାଲି ବିଳମ୍ବିତ ରାତିରେ ନିଜ ନିଜ ଘରକୁ ଫେରିଥିବାର ସୂଚନା ମିଳିଛି। ତେବେ ସେମାନେ କାହିଁକି ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଚାଲିଆସିଥିଲେ, ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହି କାରଣରୁ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଉପରେ ସନ୍ଦେହ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ, ରାତିରେ ବଡ଼ହଳସ୍ଥିତ ଏକ ଘରୋଇ କଲେଜ ହଷ୍ଟେଲର ପାଚେରି ଡେଇଁ ୪ଜଣ ଛାତ୍ର କେଉଁଆଡ଼େ ଚାଲି ଯାଇଥିଲେ। ଏନେଇ ସମ୍ପୃକ୍ତ ଛାତ୍ରମାନଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ସେମାନଙ୍କ ପରିବାର ଲୋକେ ପହଞ୍ଚି କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ କଲେଜ ପକ୍ଷରୁ ମଧ୍ୟ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ କେନ୍ଦୁଝର ଟାଉନ ଥାନା ଅଧିକାରୀ ସୁନୀଲ କର ଛାତ୍ରମାନଙ୍କୁ ଖୋଜି ବାହାର କରିବାକୁ ଅଣ୍ଟା ଭିଡ଼ିଥିଲେ।

Related Posts

Seo wordpress plugin by www.seowizard.org.