Odisha News

ଗୋରୁକୁ ବଞ୍ଚେଇବା କୁ ଯାଇ ଯାତ୍ରୀବାହୀ ମାଳତୀ ବସ ଦୁର୍ଘଟଣା ଗ୍ରସ୍ତ : ଗୋରୁର ମୃତ୍ୟୁ , ୧୦ରୁ ଉର୍ଧ୍ଵ ଆହତ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ଅଧିନସ୍ଥ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତରେ ମାଳତୀ ନାମକ ଏକ ଘରୋଇ ଯାତ୍ରୀବାହି ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ମାଳତୀ ବସ ନମ୍ବର ଙଜ-୧୨-ଉ- ୨୧୪୨ ଆସିକା ଠାରୁ ମୁନିଗୁଡା ଅଭିମୁଖେ ଯାଉଥିଲା ।
ଗାଇ ଷଣ୍ଢ ଲଢେଇ ହୋଇ ଦୁଇ ଗୋଟି ଗୋରୁ ହଠାତ ରାସ୍ତା ଉପରକୁ ଉଠିଆସିଥିଲେ । ଡ୍ରାଇଭର ବିଜୟ ନାରାୟଣ ପ୍ରଧାନ ଉକ୍ତ ଦୁଇ ଗୋଟି ଗୋରୁଙ୍କୁ ବଞ୍ଚେଇବାକୁ ଯାଇ ବସଟି ରାସ୍ତା କଡ଼କୁ ଖସି ଯାଇ ଓଲଟି ପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଗୋଟିଏ ଗାଇ ର ମୃତ୍ୟୁ ହୋଇଛି ଓ ପ୍ରାୟ ୧୦ରୁ ଉର୍ଧ୍ଵ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି ।
ଆହତ ବ୍ୟକ୍ତି ଙ୍କୁ ଜି.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରା ଯାଉଛି ଓ ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚିଛନ୍ତି ।
ଘଟଣା ସ୍ଥଳରେ ଜି. ଉଦୟଗିରି ଏସଡିପିଓ ବିଜୟ କୁମାର ବିଶି, ଥାନା ଭାରପ୍ରାପ୍ତ ଅଧିକାରୀ ଭଗବାନ ପୂଜାରୀ, ଏବଂ ଓଡିଶା ମୋଟର ଚାଳକ ସଂଘ ପହଞ୍ଚି ଉଦ୍ଧାର କାର‌୍ୟ୍ୟ ଜାରୀ ରଖି ପୋଲିସ ଦୁର୍ଘଟଣା ବିଷୟରେ ଅଧିକ ତଦନ୍ତ ଅବ୍ୟାହତ ରଖିଛନ୍ତି ।

Related Posts

Seo wordpress plugin by www.seowizard.org.