Odisha News

ଗୋବିନ୍ଦ ମୃତ୍ୟୁ ପରେ ମୁହଁ ଖୋଲିଲେ ମମିତାଙ୍କ ପରିବାର, କହିଲେ ଆମକୁ ମିଳିଛି ନ୍ୟାୟ

କଣ୍ଟାବାଞ୍ଜି,୨୧/୧୨: ଗତକାଲି କଣ୍ଟାବାଞ୍ଜି ସବଜେଲରେ ମମିତା ମେହେରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ମାନସିକ ଚାପ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। ଜେଲ ଡିଆଇଜି ଅନୁସୟା ଜେନା କଣ୍ଟାବାଞ୍ଜି ସବଜେଲ ପହଂଚି ତଦନ୍ତ କରିଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଏହି ମାମଲାର ତଦନ୍ତ କରିବାପାଇଁ କଣ୍ଟାବାଞ୍ଜିରେ ଅଛନ୍ତି।
ଏ ସବୁ ଭିତରେ ମମିତାଙ୍କ ମେହେରଙ୍କ ପରିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେମାନେ ଖୁସି ଥିବା କହିଛନ୍ତି। ମମିତାଙ୍କ ବଡ଼ ବାପା କୌଶିକ ମେହେର କହିଛନ୍ତି, ମମିତାଙ୍କ ପରିବାରକୁ ନ୍ୟାୟ ମିଳିଛି, ଆମେ ଚାହୁଁଥିଲୁ ମୁଖ୍ୟ ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି।
ଆଜି ସେ ଆତ୍ମହତ୍ୟା କରି ନିଜ ଦୋଷ ସ୍ୱୀକାର କରିଥିବା ଏକ ପ୍ରକାର ପ୍ରମାଣିତ କରିଛି। କୋର୍ଟ ତାକୁ ଦଣ୍ତ ଦେବା ପୂର୍ବରୁ ଭଗବାନ ତାକୁ ଦଣ୍ଡ ଦେଲେ। ସେହିପରି ମମିତାଙ୍କ ମା ତୁଳସୀ ମେହେର କହିଛନ୍ତି, ଆମେ ଚାହୁଁଥିଲୁ ମମିତା ଯେମିତି ଛଟପଟ ହୋଇ ଜୀବନ ଗଲା ଗୋବିନ୍ଦର ମଧ୍ୟ ଜୀବନ ଯାଉ, ଗୋବିନ୍ଦ ଆତ୍ମହତ୍ୟା କରିଛି। ଭଗବାନ ତାଙ୍କୁ ସଜା ଦେଲେ, ଆମେ ବହୁତ ଖୁସି, ମମିତା କାମ କରି ଘର ପୋଷୁଥିଲା। ଆଜି ସେ ଦୁନିଆରେ ନାହିଁ। ତେଣୁ ସରକାର ମମିତାଙ୍କ ଭାଇଙ୍କୁ ଚାକିରି ଦେଉ ବୋଲି କହିଛନ୍ତି।
ମମିତାଙ୍କ ବାପା ସୂଚନ୍ଦ୍ର ମେହେରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିଲେ ମଧ୍ୟ ସେ ଯିଏ ଯିଏ ମୋ ଝିଅକୁ ନ୍ୟାୟ ଦେବା ପାଇଁ ଲଢେଇ କରୁଥିଲେ ତାଙ୍କୁ ଧନ୍ୟବାଦ ବୋଲି କହିବା ସହ ସେ ଏବେ ବହୁତ ଖୁସି ବୋଲି କହିଛନ୍ତି ।

Related Posts

Seo wordpress plugin by www.seowizard.org.