Odisha News

ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ବ୍ରହ୍ମପୁର, ୧୭/୬ : ଗୋପାଳପୁରରେ ଲଜ୍ଜା । ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ୧୦ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।
ଗୋପାଳପୁର ବେଳାଭୂମିରେ ଯୁବତୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା ।
ସୋମବାର ୭ ଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା । ଆଜି ଗୋପାଳପୁର ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି । ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ପୋଲିସ ।
ସୂଚନା ଅନୁସାରେ, ରବିବାର ରଜ ସଂକ୍ରାନ୍ତିରେ ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଗୋପାଳପୁର ବେଳାଭୂମି ବୁଲିବାକୁ ଯାଇଥିଲେ। ଏହି ସମୟରେ ପ୍ରାୟ ୧୦ଜଣ ଯୁବକ ସେମାନଙ୍କୁ ଘେରି ଯାଇଥିଲେ । ପୁରୁଷ ବନ୍ଧୁଙ୍କୁ ବାନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା ପୀଡିତା ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ସୋମବାର ୭ ଜଣ ଯୁବକଙ୍କୁ ଅଟକ ରଖାଯାଇଥିଲା ଓ ଆଜି ୩ ଜଣଙ୍କୁ ଗିରଫ କରାଯାଇଛି । ବାହାର ରାଜ୍ୟକୁ ଫେରାର ପାଇଁ ଉଦ୍ୟମ କରୁଥିଲେ ବୋଲି ସୂଚନା ମିଳିଛି । ପୋଲିସ ଘଟଣାର ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିବ ।

Related Posts