Odisha News

ଗୁଜରାଟରେ କ୍ଷମତାକୁ ଆସିଲେ ମୋଦୀ-ମୋଦୀ କରୁଥିବା ଯୁବପିଢ଼ିଙ୍କୁ ବି ରୋଜଗାର ଦେବି: କେଜ୍ରିୱାଲ

ନୂଆଦିଲ୍ଲୀ, ୨୫/୪: ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ। ଚାକିରି ନହେବା ପର‌୍ୟ୍ୟନ୍ତ ପ୍ରତ୍ୟେକ ପ୍ରତି ମାସରେ ୩ହଜାର ବେରୋଜଗାର ଭତ୍ତା ଦିଆଯିବ। ଗୁଜରାଟ ଗସ୍ତରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ଆବାହକ ଅରବିନ୍ଦ କେଜ୍ରିୱାଲ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ବାଧ୍ୟ ହୋଇ ବିଜେପିକୁ ଭୋଟ୍ ଦେଉଥିଲେ। କାରଣ ସେମାନଙ୍କ ପାଖରେ ଦୁର୍ନୀତି ପାଇଁ ବଦନାମ ହୋଇଥିବା କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ଥିଲା। କିନ୍ତୁ ବର୍ତ୍ତମାନ ଜନସାଧାରଣଙ୍କ ପାଖରେ ଆପ୍ ବିକଳ୍ପ ଅଛି। ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶ୍ରୁତି ଦେଇ କେଜ୍ରିୱାଲ କହିଛନ୍ତି ଯେ, ଯଦି ଗୁଜରାଟରେ ଆପର ସରକାର ଗଠନ ହୁଏ ତେବେ ୧୦ଲକ୍ଷ ସରକାରୀ ଚାକିରି ଦିଆଯିବ।
ସେ ଆହୁରି ମଜାଳିଆ ଢଙ୍ଗରେ କହିଛନ୍ତି ଯେ, ଆଜିକାଲି ଗୁଜରାଟର ହ୍ୱାଟସଆପ ଆପ୍ ଗ୍ରୁପରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ହେଉଛି । ଯଦି ଆପଣ କଂଗ୍ରେସକୁ ଭୋଟ୍ ଦିଅନ୍ତି ତେବେ ସୋନିଆ ଗାନ୍ଧୀଙ୍କ ପୁଅ ଅଗ୍ରଗତି କରିବେ। ଯଦି ଆପଣ ବିଜେପିକୁ ଭୋଟ୍ ଦିଅନ୍ତି, ତେବେ ଅମିତ ଶାହାଙ୍କର ପୁଅ ଅଗ୍ରଗତି କରିବେ ଏବଂ ଯଦି ଆପଣ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦିଅନ୍ତି, ତେବେ ଗୁଜରାଟର ପ୍ରତ୍ୟେକ ପିଲା ଅଗ୍ରଗତି କରିବେ। ଆମେ କ୍ଷମତାକୁ ଆସିଲେ ଗୁଜରାଟର ପ୍ରତ୍ୟେକ ଯୁବପିଢ଼ିଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।
ସେ ଆହୁରି କହିଥିଲେ ଯେ, କିଛି ଦିନ ତଳେ ମୁଁ ଗୁଜରାଟ ଆସିଥିଲି। ବିମାନବନ୍ଦରରେ କିଛି ଯୁବକ ମୋଦି-ମୋଦି ନାରାବାଜି ପକାଇଥିଲେ। ମୁଁ ସେମାନଙ୍କୁ ସ୍ଲୋଗାନ ବଦଳାଇବାକୁ କହିବନି। କିନ୍ତୁ କ୍ଷମତାକୁ ଆସିଲେ ମୁଁ ସେମାନଙ୍କୁ ଚାକିରି ନିଶ୍ଚିତ ଦେବି ବୋଲି କେଜ୍ରିୱାଲ କହିଛନ୍ତି।

Related Posts

Seo wordpress plugin by www.seowizard.org.