Odisha News

ଗନ୍ଧରାଢ଼ୀ ଲୋକକଳା ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗୋ ଉନ୍ମୋଚନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ୧୬/୦୫: ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ସ୍ଥଳୀ ଗନ୍ଧରାଢ଼ୀ ପୀଠରେ ଆସନ୍ତା ଜୁନ ୩ ରୁ ୫ ତାରିଖ ମଧ୍ୟରେ ତିନି ଦିନ ଧରି ହେବାକୁ ଥିବା ଗନ୍ଧରାଢ଼ୀ ଲୋକକଳା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗୋ ଉନ୍ମୋଚନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଗନ୍ଧରକ୍ଷଡୀ ମହୋତ୍ସବର ସଭାପତି ଅଶୋକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗ ଦେଇ ଶୁଭ ସ୍ତମ୍ଭ ସ୍ଥାପନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପିଡି ଅଶ୍ୱିନୀ ମେହେର, ଏଡିଏମ ବବିତାରାଣୀ ଦଳବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତିକାନ୍ତି ବଳିୟାରସିଂ, ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମୃତୁଞ୍ଜୟ ମିଶ୍ର,୬ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା କଳ୍ପନା ରାଣୀ ସାହୁ, ଏବିଡ଼ିଓ ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହୋତ୍ସବ ପାଇଁ ନୂତନ ଲୋଗୋ ଉନ୍ମୋଚନ କରିଥିଲେ ।

ଶୁଭ ସ୍ତମ୍ଭ ସ୍ଥାପନ ଠାରେ କର୍ତ୍ତା ଭାବେ ସଭାପତି ଅଶୋକ ସାହୁ ଓ ତାଙ୍କ ଧର୍ମପତ୍ନୀ କଳ୍ପନା ରାଣୀ ସାହୁ ଦାୟିତ୍ୱ ତୁଲାଇଥିବା ବେଳେ ଶୁଶିଲ ପୁରୋହିତ ପୂଜାକାର୍ଯ୍ୟ ତୁଲାଇଥିଲେ । ଅନୁଷ୍ଠାନର ସମ୍ପାଦକ ଶମ୍ଭୁ ଗିରି ସ୍ୱାଗତ ଭାଷଣ ଦେବାସହ ସଭା ପରିଚାଳନା କରିଥିଲେ । ବୌଦ୍ଧ ଜିଲ୍ଲାର ଐତିହାସିକ ପୀଠ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବ ପ୍ରତେକ ବର୍ଷ ହେବ । ସହ ସାରା ବିଶ୍ୱରେ ଏହାର ପରିଚିତ ହେବ । ସେଭଳି ହେବକ୍ଷ ଦରକାର ବୋଲି ଏବଂ କିଭଳି ନୂଆ ଢଙ୍ଗରେ ଏହା ପାଳନ କରାଯିବ ଅତିଥି ମାନେ ମତବ୍ୟକ୍ତ କରିଥିଲେ ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯାଇଥିଲା ।

Related Posts

Seo wordpress plugin by www.seowizard.org.