Odisha News

ଗତ ୨୪ ଘଣ୍ଟା ମଧ୍ୟରେ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ,ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ

ଭୁବନେଶ୍ବର, ୪/୮ : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ଗତକାଲି ୯୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏମାନଙ୍କ ମଧ୍ୟରୁ ୫୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୧ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୧୫୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।
ରାଜ୍ୟର ୨୮ଟି ଜିଲ୍ଲାରୁ ୮୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ବର ଜିଲ୍ଲାରୁ ୧୦ ଜଣ, ବରଗଡ଼ରୁ ୩୬, ଭଦ୍ରକରୁ ୮ ଜଣ, ବଲାଙ୍ଗୀରରୁ ୪୫ ଜଣ, ବୌଦ୍ଧରୁ ୬ ଜଣ, କଟକରୁ ୨୦ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୨, ଗଜପତିରୁ ୬ ଜଣ, ଗଞ୍ଜାମରୁ ୧୧, ଜଗତସିଂହପୁରରୁ ୫ ଜଣ, ଯାଜପୁରରୁ ୧୬ ଜଣ, ଝାରସୁଗୁଡ଼ାରୁ ୨୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୬୩ ଜଣ, କନ୍ଧମାଳରୁ ୮ ଜଣ ଓ , କେନ୍ଦ୍ରାପଡ଼ାରୁ ୬ ଜଣ ଅକ୍ରାାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କେନ୍ଦୁଝରରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୧୪୦, କୋରାପୁଟ ଜିଲ୍ଲାରୁ ୬ ଜଣ, ମୟୂରଭଞ୍ଜରୁ ୫୯ ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ ଜିଲ୍ଲାରୁ ୨୧ ଜଣ, ନୂଆପଡ଼ାରୁ ୧୨ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ବଲପୁରରୁ ୭୨ ଜଣ, ସୋନପୁରରୁ ୧୭ ଜଣ, ସୁନ୍ଦରଗଡ଼ରୁ ୨୨୦ ଜଣ ଓ ଷ୍ଟେଟପୁଲରୁ ୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏପର‌୍ୟ୍ୟନ୍ତ ରାଜ୍ୟରେ ୧୩, ୧୬, ୪୭୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୦୦, ୯୫୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୬୩୨୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related Posts

Seo wordpress plugin by www.seowizard.org.