Odisha News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୫୪ ଜଣକୁ ବୃଦ୍ଧି

ଭୁବନେଶ୍ଵର ,୧/୬ : ରାଜ୍ୟରେ ତଳକୁ ଖସିଲା କରୋନା ଗ୍ରାଫ୍। ବୁଧବାର ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୮୪୫୪ ଜଣକୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ, ଷ୍ଟେଟ ପୁଲ୍ରୁ ୨ଜଣ ରହିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୮୪୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୯୧୯୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୧୭୬୦୦୯୫ ସାମ୍ପୁଲ ଟେଷ୍ଟ୍ ହୋଇଛି
ଏହାପରେ ୨୦୦୦ ମସିହାରୁ ସେ ବଲିଉଡ ଫିଲ୍ମ ପାଇଁ ଗୀତ ଗାଇବା ଆରମ୍ଭ କରିଥିବା ବେଳେ ଏହାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ‘ମାଚିସ’ ଫିଲ୍ମର ଛୋଡ ଆୟେ ହମ ଓ ଗଲିୟା, ହମ ଦିଲ ଦେ ଚୁକେ ସନମ ଭଳି ହିଟ୍ ଫିଲ୍ମର ତଡପ ତଡପ ଟ୍ଟ ସବୁଥିରେ ରହିଥିଲା ତାଙ୍କର ସ୍ୱତନ୍ତ୍ର ଛାପ ।
କେ.କେ ହିନ୍ଦୀ ସମେତ ତାମିଲ, ତେଲଗୁ, କନ୍ନଡ, ମଲୟାଲମ, ମରାଠୀ ଓ ବଙ୍ଗାଳୀ ସମେତ ବହୁ ଭାଷାରେ ଗୀତ ଗାଇଛନ୍ତି।
କେକେଙ୍କ ଅକାଳ ମୃତ୍ୟୁ ବଲିଉଡକୁ ଏକ ଶକ୍ତ ଝଟକା ସଦୃଶ ହୋଇଥିବାଳ ବେଳେ ଏହି ଖବରକୁ ବହୁ ସେଲିବ୍ରିଟି ବିଶ୍ୱାସ କରିପାର ନାହାନ୍ତି। ସିଙ୍ଗର ବାବୁଲ ସୁପ୍ରିୟୋଙ୍କ ସମେତ ଅନେକ ନିର୍ଦ୍ଦେଶକ ମେଡିକାଲ ଯାଇ କେ.କେଙ୍କ ଶେଷ ଦର୍ଶନ କରିଛନ୍ତି । ଆଜି କୋଲକାତାରେ କେ.କେଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।

Related Posts

Seo wordpress plugin by www.seowizard.org.