Odisha News

ଗଞ୍ଜେଇ ଚାଲଣ ବେଳେ ମାଡିବସିଲା ପୋଲିସ : ଗଞ୍ଜେଇ ସହ ମୋବାଇଲ ଓ ବାଇକ ଜବତ , ଦୁଇ ଗିରଫ

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା।ବାଲିଗୁଡା ପୋଲିସ ପକ୍ଷରୁ ଏସଆଇ ସଞ୍ଜୟ କୁମାର ସ୍ୱାଇଁ ଙ୍କ ନେତୃତ୍ବରେ ସୋମବାର ପାଟ୍ରୋଲିଂ କରାଯାଉଥିବା ବେଳେ ଗୋଇବନ୍ଧା ଛକ ଠାରେ ଏକ ବାଇକ ନଂ.ଓଡି-୦୩-ୱାଇ- ୪୪୬୪ ଯୋଗେ ଗଞ୍ଜେଇ ଚାଲଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ମାଡି ବସିଥିଲା ।
ଉକ୍ତ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ ବରଗଡ ଜିଲ୍ଲା ଖଇରାପାଲି ଅଞ୍ଚଳର ସୁଶୀଲ କୁମ୍ଭାର ଓ ବଲାଙ୍ଗୀର ଜିଲ୍ଲା ମୋହନାବନ୍ଧ ଅଞ୍ଚଳର ବାଳକୃଷ୍ଣ ଦାସ ଉଭୟଙ୍କ ପାଖରୁ ୧୦ କିଲୋ ୧୫୦ ଗ୍ରାମ ଗଂଜେଇ ସହ ନଗଦ ୨୫୦୦ ଟଙ୍କା ଓ ଦୁଇ ମୋବାଇଲ ଜବତ କରାଯାଇ ସେମାନଙ୍କ ନାମରେ କେଶ ନଂ.୨୦୧/୨୪ ପ୍ରକାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡ଼ା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି ।

Related Posts

Seo wordpress plugin by www.seowizard.org.