Odisha News

ଗଜପତି: ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କବିତା ପାଠ ଆସର

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୭/୮: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ କବିତା ପାଠ ଆସର୍ ମହୋତ୍ସବ ପାଳିତ ହୋଇଯାଇଛି।
ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ , ଅଧ୍ୟାପକ , ଅଧ୍ୟାପିକା ଓ ସ୍ଥାନୀୟ କବି ଓ କବୟତ୍ରୀଙ୍କୁ ନେଇ ଦେଶାତ୍ମ-ବୋଧକ ୨୦ ଟି କବିତା ପାଠ ହୋଇଥିବା ବେଳେ ଏହି ଆସରରେ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉତ୍ସବ ମୁଖର ହୋଇ ଉଠିଥଲା ।
ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ”ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି.ତିରୁପତି ରାଓ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ବ୍ରହ୍ମପୁରର ସହ ନିର୍ଦ୍ଦେଶକ ଡ଼ଃ ଶୁସାନ୍ତ ଦାସ ଓ ସମ୍ମାନୀତ ଅତିଥି ଭାବେ ସହ ପ୍ରାଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପକ ଡ଼ଃ ଅଜୟ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କବିତା ପାଠଚକ୍ରରେ ଭାଗ ନେଇଥିଲେ । କବିତା ଗୁଡିକୁ ସଂଯୋଜନା କରିଥିଲେ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ।
ଏଥିରେ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ନଳିନୀ କୁମାରୀ ସାବତ , ଅଧ୍ୟାପକ ବିନୋଦ ଚନ୍ଦ୍ର ରଥ , କଳ୍ପନା ପଣ୍ଡା ଓ ଅନ୍ୟାନ୍ୟ ୨୦ ଜଣ ସଦସ୍ୟଙ୍କ ସ୍ୱରଚିତ କବିତା ଆବୃତି କରା ଯାଇଥିଲା ।
ଏହି କବିତା ମହୋତ୍ସବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ସହଯୋଗ କରିଥଲେ।
ପରିଶେଷରେ ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Related Posts

Seo wordpress plugin by www.seowizard.org.