Odisha News

ଗଜପତି: “ସୁଭଦ୍ରା” ଯୋଜନାକୁ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୩୦/୮ : ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ।
ଜିଲ୍ଲାରେ ସୁଭଦ୍ରା ଯୋଜନା ସଫଳତାର ସହ କାର୍ଯ୍ୟକାରୀକୁ ନେଇ ଜିଲ୍ଲାସ୍ତରୀୟ ଏକ ପ୍ରସ୍ତୁତି ବୈଠକ ଆଜି ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତା କରି ଜିଲ୍ଲାରେ ଏହି ଯୁଗାନ୍ତକାରୀ ଯୋଜନାରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ସଚେତନ ହେବା ସହିତ କିପରି ଏହି ଯୋଜନାରେ ସାମିଲ ହୋଇ ସେମାନେ ଉପକୃତ ହେବେ ଏବଂ ଏହା ଜିଲ୍ଲାରେ ସଫଳତା ଭାବେ କିପରି କାର୍ଯ୍ୟକାରୀ ହେବ ସେ ଉପରେ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଯୋଜନା ସମ୍ପର୍କରେ ଅଧିକ ଜାଣିବା ପାଇଁ ହିତାଧିକାରୀମାନେ ଅଙ୍ଗନବାଡ଼ି କେନ୍ଦ୍ର , ବ୍ଲକ୍ କାର୍ଯ୍ୟାଳୟ , ମୋ ସେବାକେନ୍ଦ୍ର , ଜନସେବା କେନ୍ଦ୍ରକୁ ଯାଇ ସେଠାରେ ମାଗଣାରେ ଉପଲବ୍ଧ ଫର୍ମପୂରଣ କରି ଆବେଦନ କରିପାରିବେ।
ଫର୍ମପୂରଣ କରିବା ନିମନ୍ତେ କେବଳ ଆଧାର କାର୍ଡ ଅନୁଯାଇ କରାଯିବ। ଅଧିକ ସୂଚନା ଜାଣିବା ପାଇଁ ସ୍ଥାନୀୟ ସିଡିପିଓ ଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ଅଧିକ ସମ୍ପୂର୍ଣ୍ଣ ସହାୟତା ପାଇପାରିବେ ବୋଲି ବୈଠକରେ ସୂଚନା ଦିଆ ଯାଇଥିଲା ।
ସେହିପରି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଡ଼.ଗୁଣନିଧି ନାୟକ ସୁଭଦ୍ରା ଯୋଜନା ସମ୍ପର୍କରେ ବିସ୍ତୃତ ବାଭେ ସୂଚନା ପ୍ରଦାନ ଦେଇଥିଲେ।
ଏହି ବୈଠକରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ପୃଥିବୀ ରାଜ ମଣ୍ଡଳ, ଉପ-ଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଅଶୋକ କୁମାର ପଟ୍ଟନାୟକ , ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ମହେଶ୍ୱର ମଣ୍ଡଳ , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁଙ୍କ ସମେତ ଲାଇନ୍ ବିଭାଗୀୟ ଅଧିକାରୀ ସମେତ ଆଧାର ସହାୟତା କେନ୍ଦ୍ର ଓ ଜନସେବା କେନ୍ଦ୍ରର କର୍ମଚାରୀମାନେ ଯୋଗ ଦେଇଥିଲେ।

Related Posts

Seo wordpress plugin by www.seowizard.org.