Odisha News

ଗଜପତି: ସିସିଡି ଅନୁଷ୍ଠାନ ସହଯୋଗରେ ଶିଶୁ ମାନଙ୍କୁ ନେଇ ଗ୍ରୀଷ୍ମ କାଳୀନ ଶିବିର

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୫: ଗତ ଦୁଇଦିନ ଧରି ଦେଶାଇ ଫାଉଣ୍ଡେସନ ସହାୟତା ରେ ସିସିଡି: ଅନୁଷ୍ଠାନ ପକ୍ଷରୁ ରାୟଗଡ଼ ବ୍ଲକର , ଆଲଝୋଲ ଗ୍ରାମରେ ଶିଶୁ ମାନଙ୍କୁ ନେଇ ଏକ “ଗ୍ରୀଷ୍ମ କାଳୀନ ଶିବିର” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡେସନର ପ୍ରୋଗାମ ସଂଯୋଜକ ଶ୍ରୀ ବିଜୟ ପ୍ରଧାନ , କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିବା ସହ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ ।
ମୁଖ୍ୟତଃ ଖରା ତଥା ଗ୍ରୀଷ୍ମ ଛୁଟିରେ ଗ୍ରାମରେ ଥିବା ୫ ବର୍ଷରୁ -୧୬ ବର୍ଷ ବୟସର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ \”ଗ୍ରୀଷ୍ମ କାଳୀନ ଶିବିର\” ଅନୁଷ୍ଟିତ କରିବା ସହ ସେଠୀ ମଧ୍ୟରେ ବାଲ୍ୟ ବିବାହର କୁପରିମାଣ , ପରିବେଶ ସନ୍ତୁଳନ, ସ୍ୱାସ୍ଥ୍ୟ ପରିଷ୍କାର ଓ ପରିଛନ୍ନତା ଉପରେ ଉପାଦେୟ ଶିକ୍ଷା ଦେଇ ଶିଶୁମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଉତ୍ସାହ କରିବା ଏବଂ ସେମାନଙ୍କୁ ଆତ୍ମବିଶ୍ଵାସ ବଢ଼ାଇବା ପାଇଁ ବିଭିନ୍ନ ପ୍ରତିଯୋଗିତାର ସଫଳ ଆୟୋଜନ କରା ଯାଇଥିଲା ।
ସେହି ପ୍ରତିଯୋଗିତା ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ଚିତ୍ରାଙ୍କନ , ବକୃତା , ଗୀତା , ସଙ୍ଗୀତ , ବର୍ଜ୍ୟ ପ୍ଲାଷ୍ଟିକ ବସ୍ତୁରେ ବିଭିନ୍ନ ଆକର୍ଷଣୀୟ ବସ୍ତୁ ତିଆରି କରିବା , ମାଟିର ବିଭିନ୍ନ ପାତ୍ର କରିବା ଓ ବିଭିନ୍ନ ମନୋରଞ୍ଜନ ସମ୍ପନ୍ନ ଖେଳ ଇତ୍ୟାଦି କରା ଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମରେ ୬୦ ଜଣ ଶିଶୁ ଭାଗ ନେଇଥିଲେ ଓ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସ୍ଵାନ୍ତନ ମୂଳକ ମାନପତ୍ର ସହ ପୁରସ୍କାର ଦିଆ ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାଗନେଇ ଶିଶୁମାନେ ଦେଶାଇ ଫାଉଣ୍ଡେସନ ଓ ସିସିଡି: ଅନୁଷ୍ଠାନକୁ ସାଧୁବାଦ ଜଣାଇବା ସହ ଦେଶାଇ ଫାଉଣ୍ଡେସନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆଗକୁ ଅଧିକ କରିବା ପାଇଁ ଜଣାଇଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଦେଶାଇ ଫାଉଣ୍ଡସନର କର୍ମଚାରୀ ମାନେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.