Odisha News

ଗଜପତି: ସିସିଡି: ଅନୁଷ୍ଠାନ ପକ୍ଷରୁ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୫/୧୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସିସିଡ଼ି: କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ସିସିଡ଼ି: ପକ୍ଷରୁ ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ବିକଳାଙ୍ଗ ଓ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ଶିଶୁ ଦିବସ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପ୍ରଥମେ ଶିଶୁ ମାନଙ୍କ ସମେତ ମଞ୍ଚାସିନ ଅତିଥି ଗଣ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହାର ଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପ ଦେଇ ଦୀପ ଲଗାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ।
ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗ ଉପଖଣ୍ଡ ଅଧିକାରୀ ଶ୍ରୀମତୀ ଉତ୍ସର୍ଗିତା ବଡରଇତ , ସିସିଡ଼ି ମୁଖ୍ୟ ଶ୍ରୀ ଏ: ଜଗନ୍ନାଥ ରାଜୁ , ଭୌତିକ ଚିକିତ୍ସକ ଡ଼ାଃ ଅମର ନାଥ ପାଢ଼ୀ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ବରିଷ୍ଠ ସଦସ୍ୟା ମମତା ରାଣୀ ଶତପଥୀ ଏବଂ’ ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ” ର ସମ୍ପାଦକ ଶ୍ରୀ ସନ୍ତୋଷ ମହାରଣା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରି ବିକଳାଙ୍ଗ ଓ ମାନସିକ ଅନଗ୍ରସର ଶିଶୁ ମାନଙ୍କ ଭବିଷ୍ୟତ ଓ ସେମାନଙ୍କ ମୌଳିକ ଅଧିକାର ସମେତ ସେମାନଙ୍କୁ ଭୌତିକ ଚିକିତ୍ସା ପ୍ରଣାଳୀ ମାଧ୍ୟମରେ ସୁସ୍ଥ ରଖିବା ଏବଂ ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରିବା ଉପରେ ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ବିକଳାଙ୍ଗ ଓ ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ଚକଲେଟ ଓ ଗିଫ୍ଟ ବକ୍ସ ପ୍ରଦାନ କରାଯିବା ସହ ଶିଶୁ ମାନଙ୍କ ମଧ୍ୟରେ ବିଭିନ୍ନ ଖେଳ ଅନୁଷ୍ଠିତ ହୋଇଥିଲା ।
କେଦାର ପାଣିଗ୍ରାହୀ ଏବଂ ସରୋଜିନୀ ରଇତ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.