Odisha News

ଗଜପତି : ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ଋଣ-ମେଳା , ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଋଣ ବଣ୍ଟନ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି , ୮/୧୦ : ସମୂହ ବ୍ୟାଙ୍କ ମାନଙ୍କ ପକ୍ଷରୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଶୁକ୍ରବାର ପାରଳାଖେମୁଣ୍ଡି ସ୍ଥିତ ବିଜୁକଲ୍ୟାଣ ମଣ୍ଡପ ପରିସରରେ ଜିଲ୍ଲାସ୍ତରୀୟ ଏକ ମେଗା ଋଣମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଋଣ-ମେଳା କାର୍ଯ୍ୟକ୍ରମରେ ପ୍ରାୟ ୬୦ ଜଣଙ୍କୁ ବିଭିନ୍ନ ବ୍ୟବସାୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ୫ କୋଟିରୁ ଉର୍ଦ୍ଧ୍ବ ଋଣ-ଟଙ୍କା ବଣ୍ଟନ କରା ଯାଇଥିଲା ।
ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ୟୁନିଅନ(ଆନ୍ଧ୍ର) ବ୍ୟାଙ୍କର ଲିଡ଼-ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ନାୟକ , ଅଧ୍ୟକ୍ଷତା କରି ଋଣ-ମେଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।
ସେହିଭଳି ୟୁନିଅନ ବ୍ୟାଙ୍କର ରାଜ୍ୟମୁଖ୍ୟ ତଥା ମହାପ୍ରବନ୍ଧକ ଶ୍ରୀ ରମାକାନ୍ତ ପ୍ରଧାନ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରି ବ୍ୟାଙ୍କ ମାନଙ୍କ ଗୁଣାବଳୀ ସହ ଆର୍ଥିକ ଅନ୍ତର୍ଭୁକ୍ତିକରଣ , ସାମାଜିକ ସୁରକ୍ଷା ଯୋଜନା ଯଥା:- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା , ଜନଧନ ଯୋଜନା , ଅଟଳ ପେନସନ ଯୋଜନା ସମେତ ପ୍ରଧାନମନ୍ତ୍ରୀ ସ୍ୱନିଧି ଓ ମୁଦ୍ରା ଯୋଜନା ପ୍ରଭୃତି ଯୋଜନାରେ ଲୋକମାନଙ୍କ ଅନ୍ତର୍ଭୁକ୍ତି ଓ ସେ ସବୁର ପରିକଳ୍ପନା ଉପରେ କହିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଦେଶର ୮୦ ଭାଗ ଲୋକ ଗରିବ ଓ ବେକାରୀ । ଦେଶର ବିକାଶ ହେବାକୁ ହେଲେ ମା ମାନେ ଆତ୍ମନିର୍ଭରଶୀଳ ହୋଇ ପ୍ରଗତି ପଥରେ ଆଗେଇବାକୁ ହେବ । କେନ୍ଦ୍ର ସରକାର କି ରାଜ୍ୟ ସରକାର ଯିଏ ବି ହୁଅନ୍ତୁ ସମସ୍ତଙ୍କ ଗୋଟିଏ ମନ୍ତ୍ର ଯେ , ସରକାରୀ ଯୋଜନା ଲୋକଙ୍କ ନିକଟତର ହେଲେ , ଦେଶର ଆର୍ଥିକ ବିକାଶ ଘଟିବ ।
ଏହାର ପରିକଳ୍ପନା କରାଯାଇ ବ୍ୟାଙ୍କ ମାଧ୍ୟମରେ ଋଣ ଦେଇ ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇ ଅର୍ଥନୈତିକ ବିକାଶରେ ଅଭିଭୃଦ୍ଧି ଘଟାଇବା , ଏହାର ଲକ୍ଷ ବୋଲି କହିଥିଲେ ।
ଏହି ଅବସରରେ ବିଭିନ୍ନ ସେକ୍ଟରରେ ଋଣ ନେବାପାଇଁ ଜିଲ୍ଲାବ୍ୟାପୀ ରହିଥିବା ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ୪୦୦ରୁ ଉର୍ଦ୍ଧ୍ବ ଦରଖାସ୍ତ ଆସିଥିବା ବେଳେ ସେଥିମଧ୍ୟରୁ ମଞ୍ଜୁର ହୋଇଥିବା ୭୦ରୁ ଉର୍ଦ୍ଧ୍ବ ଜଣଙ୍କୁ ପ୍ରାୟ ୬ କୋଟି ଟଙ୍କାର ବ୍ୟକ୍ତିଗତ ଓ ଦଳଗତ ଭାବେ ଋଣଟଙ୍କା ଚେକ ଆକାରରେ ବଣ୍ଟନ କରା ଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଡ଼ିଆରଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର ଏବଂ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଶ୍ରୀ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚଆସିନ ରହି ବ୍ୟାଙ୍କ ଋଣମେଳାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିଅନ ବ୍ୟାଙ୍କର ରାୟଗଡା ରିଜିଓନାଲ ହେଡ ଶ୍ରୀ ଶୁଶାନ୍ତ କୁମାର ଦାସ ଓ ଆରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଅଚ୍ୟୁତାନନ୍ଦ ବ୍ରହ୍ମାଙ୍କ ସମେତ ବିଭିନ୍ନ ବ୍ୟାଙ୍କର ମ୍ୟାନେଜର ମାନେ ମଞ୍ଚଆସିନ ଥିଲେ ।
ବହୁ ସଂଖ୍ୟାରେ ବିଭିନ୍ନ ଏସଏଚଜି: ଦଳ , ମା ସଦସ୍ୟା ଓ ଋଣ ନେବା ଲୋକମାନେ ଯୋଗ ଦେଇଥିଲେ ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ୟାଙ୍କ ସମେତ ମିଶନ ଶକ୍ତି ପକ୍ଷରୁ ମଧ୍ୟ ଗ୍ରାହକ ସଚେତନତା ଷ୍ଟଲ ଗୁଡାକ ଖୋଲା ଯାଇଥିଲା ଏବଂ କାର୍ଯ୍ୟକ୍ରମରେ ବିଭିନ୍ନ ଋଣ ସମ୍ଭନ୍ଧୀୟ ସଚେତନତା ପ୍ରଚାର-ପତ୍ର ବଣ୍ଟନ କରା ଯାଇଥିଲା ।

Related Posts

Seo wordpress plugin by www.seowizard.org.