Odisha News

ଗଜପତି: ରାଜ୍ୟ ମହିଳା କମିଶନ ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୧/୩: ପାରାଲଲାଖେମୁଣ୍ଡି ସ୍ଥିତ ଆରସେଟି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଆଜି ଓଡ଼ିଶା ରାଜ୍ୟ ମହିଳା କମିଶନ ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡଃ ମିନତି ବେହେରା ଯୋଗଦେଇ ମହିଳା ମାନେ ସମାଜରେ କିଭଳି ମର୍ଯ୍ୟାଦା ଓ ସମ୍ମାନର ସହ ବଞ୍ଚିପାରିବେ , ମହିଳା ମାନଙ୍କ ଅଧିକାର ଓ ସୁରକ୍ଷାର ଉଲଂଘନ ହେଲେ ଉପଯୁକ୍ତ ନ୍ୟାୟ ପାଇବା ପାଇଁ କିଭଳି ସେମାନେ ମହିଳା କମିଶନଙ୍କ ଦ୍ବାରସ୍ଥ ହେବେ , ସେମାନଙ୍କ ଶିକ୍ଷା , ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କିଭଳି ହେବ , ସେ ସମ୍ପର୍କରେ କହି ମହିଳା କମିଶନର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ଅବଗତ କରାଇ ଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗାଵରା ତିରୁପତି ରାଓ ଓ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ମହିଳା ମାନେ ଦେଶ ପ୍ରଗତିର ଶିରି । ମହିଳା ମାନଙ୍କ ଦ୍ଵାରା ହିଁ ଘରର ସଞ୍ଚୟ ଓ ଆୟ ବୃଦ୍ଧି ପାଇବା ସହ ଘର ଚଳନୀ ସୁଖମୟ ହୋଇଥାଏ ।
ସେମାନେ ସଚେତନ ହୋଇ ମହିଳା ଆଇନ ଉପରେ ଜାଣିଲେ ହିଁ ସେମାନେ ସେମାନଙ୍କ ଅଧିକାର ଓ ସୁରକ୍ଷା ସୁରକ୍ଷିତ ହୋଇ ପାରିବ ଏବଂ ସମାଜରେ ହିଂସାମୁକ୍ତ ଜୀବନ ବିତାଇବାରେ ସହାୟକ ହୋଇ ପାରିବେ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏଡିଏମ୍ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରୋମାଞ୍ଚଳ ଖମାରୀ , ଡିଏସପି: ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା , ପାରଳା ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ଦେଇ ପ୍ରମୁଖ ଯୋଗଦେଇ ନାରୀ ଶସକ୍ତିକରଣର ବିଭିନ୍ନ ଦିଗ ଉପରେ ଆଲୋଚନା କରି ନାରୀ ମାନଙ୍କ ପ୍ରଗତି ବିନା ସମାଜର ବିକାଶ ଅସମ୍ଭବ କହି ନାରୀ ମାନଙ୍କ ଅଧିକାର ଓ ସୁରକ୍ଷା ସୁରକ୍ଷିତ ରହିଲେ ସେମାନେ ହିଂସା ମୁକ୍ତ ସମାଜରେ ସୁଖମୟ ଜୀବନ ଯାପନ କରିପାରିବେ ବୋଲି କହିଥିଲେ ।
ସଚେତନତା ସଭା କାର୍ଯ୍ୟକ୍ରମ କୁ ଶ୍ରୀମତୀ ମନସ୍ଵିତା ପାତ୍ର ସଂଯୋଜନା କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ମହିଳା ସୁରକ୍ଷା ଅଧିକାରୀ ଶ୍ରୀମତୀ କେ: ସୁନିତା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମ ଅବସରରେ କୋଭିଡ୍ ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନ କରି ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିବା ବିଭିନ୍ନ ବିଭାଗର ମହିଳା ଓ ବ୍ୟକ୍ତି ମାନଙ୍କୁ ମଞ୍ଚାସିନ ଅତିଥି ମାନେ ଉପଢୌକନ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମ କୁ ବରିଷ୍ଠ ସୁପରଭାଇଜର ଶ୍ରୀମତୀ ସାରଳା ପାତ୍ର ଓ ଆକ୍ସନ-ଏଡ୍ର ଶ୍ରୀ ବିକାଶ ମେହେର ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏସଏଚଜି ମହିଳା , ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ଅଙ୍ଗନବାଡ଼ି ଓ ଆଶାକର୍ମୀ , ଆଇସିଡିଏସ: ସିଡିପିଓ: ଓ ସୁପରଭାଇଜର ଏବଂ ସଖୀ ୱାନ-ଷ୍ଟପ କେନ୍ଦ୍ରର ସଦସ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.