Odisha News

ଗଜପତି : ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ପକ୍ଷରୁ ଜିଲ୍ଲାସ୍ତରୀୟ ମେଗା ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୨/୧: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ଗଜପତି ଜିଲ୍ଲା ପ୍ରଶାସନ ମିଳିତରେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ସହଯୋଗରେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନଙ୍କ ନିମନ୍ତେ ଜିଲ୍ଲାସ୍ତରୀୟ ଏକ ମେଗା ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରି ଶିକ୍ଷିତ ବେ ରୋଜଗାର ଯୁବକ ଯୁବତୀ ମାନଙ୍କୁ ଠିକ୍ ବାଟରେ ପରିଚାଳନା କରି ସେମାନଙ୍କୁ ଠିକ୍ ରୋଜଗାରକ୍ଷମ ହୋଇପାରିଲା ଭଳି ନେଇପାରିଲେ ଦେଶର ଅଭିବୃଦ୍ଧି ହେବ ।
ଯେଉଁ ମାନେ ଚାକିରି ଅପେକ୍ଷାରେ ରହି ଚାକିରି\’ର କୌଣସି ସୁଯୋଗ ନାହିଁ , ସେମାନଙ୍କୁ ଗୋଟିଏ ପ୍ଲାଟଫର୍ମ ରେ ବିଭିନ୍ନ ନିଯୁକ୍ତି କମ୍ପାନୀ ମାନଙ୍କରେ ନିଜର ଯୋଗ୍ୟତା ଅନୁଯାୟୀ ଚାକିରି ସୁଯୋଗ ଚୟନ କରିବା ପାଇଁ ସୁଯୋଗ ଦେବା , ଏହା ଏକ ଅଭିନୟ ପ୍ରୟାସ । ତେଣୁ ଏଭଳି ସୁବିଧା ସୁଯୋଗ\’ର ସଦୁପଯୋଗ କରିବା ପାଇଁ ଉପସ୍ଥିତ ଶିକ୍ଷିତ ବେକାର ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ବାନ କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଯୋଗଦେଇ ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରର ୨୦ ରୁ ଅଧିକ ନିଯୁକ୍ତି ଦାତା ସଂସ୍ଥା ଆସିଛନ୍ତି । ତେଣୁ ବେକାର ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ମାନେ ସେମାନଙ୍କ ନିଜର ଦକ୍ଷତା ଓ ଯୋଗ୍ୟତାକୁ ଆକଳନ କରି ଆବେଦନ ମାଧ୍ୟମରେ ନିଯୁକ୍ତିର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ ।
ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରି ଏହି କାର୍ଯ୍ୟକ୍ରମରେ ୨୦ ରୁ ଅଧିକ ନିଯୁକ୍ତି ଦାତା ସଂସ୍ଥା ତଥା କମ୍ପାନୀ ଆସିଛନ୍ତି , ଯେଉଁମାନେ କି ସିଧା-ସଳଖ ଆସି ଆବେଦନ କରିଥିବା ପିଲାମାନଙ୍କୁ କାଉନସେଲିଂ କରି ଚାକିରି ଦେବେ ।
ଅନ୍ୟପକ୍ଷରେ , ଏଥିରେ ୧୦ ରୁ ଅଧିକ କାର୍ଯ୍ୟକ୍ରମ କାର୍ଯ୍ୟ କାରୀ ସଂସ୍ଥା ମଧ୍ୟ ଆସିଛନ୍ତି , ଯେଉଁ ମାନେ କି ଓଡ଼ିଶା ତଥା ଭାରତ ସରକାରଙ୍କ ସହ ମିଶି ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ପରେ ପିଲା ମାନଙ୍କୁ ଚାକିରି\’ର ସୁବିଧା ଯୋଗାଉଛନ୍ତି ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର‌୍ୟ୍ୟକ୍ରମ\’ରେ ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ଓ ଡିସିପିୟୁ: ଶ୍ରୀ ଅରୁଣ କୁମାର ତ୍ରିପାଠୀ ପ୍ରମୁଖ ମଞ୍ଚାସିନ ଥିଲେ ।
ଶୁଭ୍ରାଂଶୁ ପଟନାୟକ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ଜିଲ୍ଲା ଦକ୍ଷତା ବିକାଶ ସଂଯୋଜକ ଶ୍ରୀ ବଦ୍ରି ନାରାୟଣ ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଏହି ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ସହର ସମେତ ଜିଲ୍ଲାର କାଶୀନଗର , ଗୁମ୍ମା , ଗୋଷାଣୀ ଓ ରାୟଗଡ଼ ବ୍ଲକାଞ୍ଚଳର ୧୧୫୬ ଜଣ ବେ-ରୋଜଗାର ଯୁବକ ଯୁବତୀ ଓ ଛାତ୍ରଛାତ୍ରୀ ଆସି ଲମ୍ବା ଧାଡ଼ିରେ ରହି ନିଜର ନାମ ପଞ୍ଜିକରଣ କରିବା ସହ ଚାକିରି ପାଇଁ ଦରଖାସ୍ତ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୬୧ ଜଣ ବିଭିନ୍ନ କମ୍ପାନୀ\’ରେ ନିଯୁକ୍ତି ପାଇବା ପାଇଁ ସର୍ଟ-ଲିଷ୍ଟେଡ ହୋଇଥିବା ଜଣା ଯାଇଛି ।
ଏଥିରେ ମୁଖ୍ୟତଃ ୫ ମ ଶ୍ରେଣୀ ବା ତା’ଠାରୁ ଅଧିକ ଏବଂ ଯୁକ୍ତ-୨ , ଯୁକ୍ତ-୩ , ଆଇଟିଆଇ: , ଡିପ୍ଲୋମା , ବି-ଟେକ , ଏଏନଏମ: ଓ ଜିଏନଏମ: ପ୍ରଭୃତି ପାସ ଧାରୀ ବେ-ରୋଜଗାର ଯୁବକ ଯୁବତୀ ମାନେ ଏହି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳାରେ ଯୋଗ ଦେଇଥିଲେ ।
ଯୁବକ ଯୁବତୀ ମାନେ ଏହି ନିଯୁକ୍ତି ମେଳାକୁ ଆସି ବେଶ୍ ଉତ୍ସାହ ଥିବା ଏବଂ ନିଜର ଯୋଗ୍ୟତା ଅନୁଯାୟୀ ଚାକିରି ପାଇଁ ଆବେଦନର ସୁଯୋଗ ପାଉଥିବା କହିଥିଲେ ।

Related Posts

Seo wordpress plugin by www.seowizard.org.