Odisha News

ଗଜପତି: ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ କୁକୁଡା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୭/୭: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ: ସୀତାପୁର ପଞ୍ଚାୟତର ସିଙ୍ଗିପୁର ଗ୍ରାମର ମହିଳା ସ୍ୱୟ ସହାୟକ ଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳ କରାଇବା ଉଦ୍ଦେଶ୍ୟରେ କୁକୁଡ଼ା ପାଳନ ନିମନ୍ତେ କୁକୁଡ଼ା ଚିଆଁ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଗୋଟିଏ ଏସଏଚଜି ଗୋଷ୍ଠୀକୁ ପଚିଶଟି ଲେଖାଏଁ ଏଭଳି ଭାବେ ଶହେ ଗୋଷ୍ଟିଙ୍କୁ ପଚିଶି ଶହ କୁକୁଡ଼ା ଚିଆଁ ବଣ୍ଟନ କରାଯାଇଛି ।
ଏହି ବଣ୍ଟନ କାଶିନଗର ବ୍ଲକ ଅଧକ୍ଷା ଶ୍ରୀମତୀ ଵାଲା ସ୍ୟାମ୍ମା , ସୀତାପୁର ସରପଞ୍ଚ .ଶ୍ରୀ ତେଜେଶ୍ୱର ରାଓ , ବ୍ଲକ ପ୍ରୋଜେକ୍ଟ ମ୍ୟାନେଜେର ଶ୍ରୀ ସମୀର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ଜରିଆରେ ମହିଳା ମାନଙ୍କୁ ସଶକ୍ତିକରଣ କରି ସେମାନଙ୍କ ସାମାଜିକ ଓ ଆର୍ଥିକ ଉନ୍ନତି ନିମନ୍ତେ ମହିଳା ସ୍ୱୟଂ ସହାୟକ ଦଳଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ସହାୟତା ଦିଆ ଯାଇଥିବା ବିପିଏମ: ଶ୍ରୀ ସମୀର ପାଢ଼ୀ ସୂଚନା ଦେଇ କହିଛନ୍ତି. ।
କାର୍ଯ୍ୟକ୍ରମରେ ଗ୍ରାମର ଶ୍ରୀ ସୁମନ୍ତ ଚିନ୍ତାଡାଙ୍କ ସମେତ ସି:ଆର:ଆର: ଏମ:ଭି:କେ: କର୍ମୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମରେ ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.