Odisha News

ଗଜପତି: ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ବିଶ୍ବକପ୍ ହକି:- ୨୦୨୩ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୮/୧: ପାରଳାଖେମୁଣ୍ଡି ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପକ୍ଷ’ରୁ ଆସନ୍ତା ୧୩ ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲା ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ରୀନା ସାହୁ ସବୁଜ ପତାକା ଦେଖାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଅନୁଷ୍ଠିତ ହେବାକୁ ଥିବା ଏହି ହକି ବିଶ୍ବକପ୍ କୁ ସ୍ମରଣୀୟ କରାଇବା ସହ ଏ ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ମହାବିଦ୍ୟାଳୟର ଶତାଧିକ ଛାତ୍ରୀ ଏଚ୍ଏସ୍.ଏସ୍ କ୍ୟାଡର୍ ଏବଂ ହକି ବ୍ୟାନର୍ ଧରି ମହାବିଦ୍ୟାଳୟ ପରିସରରୁ ବାହାରି ବିଭିନ୍ନ ସ୍ଲୋଗାନ୍ ପ୍ରଦାନ ପୂର୍ବକ ନଗର ପରିକ୍ରମା କରିଥିଲେ ।
ଏହା ଆଗରୁ ହକି କପ୍ କୁ ଅଧିକ ସ୍ମରଣୀୟ ତଥା ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଅଧ୍ୟକ୍ଷାଙ୍କ ତତ୍ତ୍ବାବଧାନରେ ମହାବିଦ୍ୟାଳରେ ରଙ୍ଗୋଲୀ ପ୍ରତିଯୋଗୀତା , ଚିତ୍ରାଙ୍କନ , ବକ୍ତୃତା ତଥା ପ୍ରବନ୍ଧ ପ୍ରତିଯୋଗୀତା ମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନେକ ଛାତ୍ରୀ ଭାଗ ନେଇ ପାରଦର୍ଶିତା ଦେଖାଇଥିଲେ ।
ଏନ୍ଏସ୍ଏସ୍: ପ୍ରୋଗ୍ରାମ୍ ଅଫିସର୍ ଡ: ଭାରତୀ ପାଣିଗ୍ରାହୀଙ୍କ ପରିଚାଳନା\’ରେ ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଶ୍ରୀମତୀ ବରଦା ଆଚାର୍ଯ୍ୟ , ଡଃ ଶ୍ରୀମତୀ କଲ୍ୟାଣୀ ମିଶ୍ର , ଶ୍ରୀମତୀ ସିଏଚ୍ ନିର୍ମଳା , ଅଧ୍ୟାପକ ଶ୍ରୀ କୃଷ୍ଣଚନ୍ଦ୍ର ପଣ୍ଡିତଙ୍କ ସମେତ ଶ୍ରୀ ଏଲ: ଦୁର୍ଯ୍ୟୋଧନ , ଶ୍ରୀମତୀ ଲାଲୀ ଖଡଗରୟ , ଶ୍ରୀ କେ: ଦୁର୍ଯ୍ୟୋଧନ , ଶ୍ରୀ ଏଲ୍: ଅଶୋକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Related Posts

Seo wordpress plugin by www.seowizard.org.