Odisha News

ଗଜପତି: ମହିଳା ମାନଙ୍କ ନିମନ୍ତେ ଆଇନ ସଚେତନତା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧: ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ କେନ୍ଦ୍ର ଠାରେ ସ୍ଵାତୀ ଅନୁଷ୍ଠାନ ପକ୍ଷରୁ ଓ ୟୁଏସ: କନସୁଲେଟ୍ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳା ମାନଙ୍କ ନିମନ୍ତେ ଆଇନ ସଚେତନତା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମର ଉଦଘାଟନୀ ସଭାରେ ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ସଶକ୍ତିକରଣ ବିଭାଗ ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ: ସୁନିତା ମଞ୍ଚାସିନ ଅତିଥି ଭାବେ ଯୋଗ କିପରି ଏହି କାର୍ଯ୍ୟକ୍ରମ ଟି ସଫଳ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆଶା ଓ ଅଙ୍ଗନୱାଡି କର୍ମୀ , ସୁପରଭାଇଜର , ୱାନ-ଷ୍ଟପ କେନ୍ଦ୍ର , ଆଇସିଡ଼ିଏସ: , ଛାତ୍ରଛାତ୍ରୀ , ସିଆରପି:\’ , ଫେଡରେଶନ ଲିଡର୍ସ , ସ୍ଵଧାର ଗୃହ , ଉଜ୍ଜ୍ୱଳକ୍ଷ ହୋମ , ସରପଞ୍ଚ , ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏହି ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ତାଲିମ ଦାତା ଭାବରେ ସାଧନା ଫାଉଣ୍ଡେସନର ସମ୍ପାଦିକା ଶ୍ରୀମତୀ ସୁଜାତା ମହାପାତ୍ର ଏବଂ ଶ୍ରୀ ସତ୍ୟଜିତ ପ୍ରତିହାରୀ ପ୍ରମୁଖ ଯୋଗ ଦେଇ ମହିଳା ମାନଙ୍କ ପାଇଁ ଥିବା ବିଭିନ୍ନ ଆଇନ ଯେପରି କି ସାମ୍ବିଧାନିକ ଅଧିକାର , କନ୍ୟା ଭୃଣ ହତ୍ୟା , ପୋକସୋ ଆଇନ , ବାଲ୍ୟ ବିବାହ , ଯୌତୁକ ନିରୋଧ ଆଇନ , ଘରୋଇ ହିଂସା ପ୍ରତିରୋଧ ଆଇନ୍ , କର୍ମ କ୍ଷେତ୍ରରେ ଯୌନ ନିର୍ଯ୍ୟାତନା ପ୍ରତିରୋଧ ଆଇନ ଓ ବିଭିନ୍ନ ଯୋଜନା , ଆନୁଷ୍ଠାନିକ ବ୍ୟବସ୍ଥା ପ୍ରଭୃତି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା ।
କାର୍ଯ୍ୟକ୍ରମର ଉଦଯାପନୀ ସଭାରେ ଉପ ଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ , ଜିଲ୍ଲା ପରିଷଦର ଏପିଡି: ତଥା ଅତିରିକ୍ତ ଉନ୍ନୟନ ଅଧିକାରୀ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ , ଦକ୍ଷତା ଶ୍ରୀ ବିକାଶ ପ୍ରୋଗ୍ରାମ ମ୍ୟାନେଜର-ଜିଲ୍ଲା ପରିଷଦ ଶ୍ରୀ ଦେବେନ୍ଦ୍ର କୁମାର କର , ଓସଡମା: ପ୍ରୋଗ୍ରାମ ଅଫିସର ଶ୍ରୀ ପ୍ରଦୋଷ କୁମାର ଶତପଥୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ
ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଅଂଶଗ୍ରହଂଣକାରୀ ମାନଙ୍କୁ ଏହି କାର୍ଯ୍ୟକ୍ରମ କିପରି ସଫଳ ହୋଇପାରିବ ସେ ସମ୍ପର୍କରେ ଉପାଦେୟ ସୂଚନା ଦେଇ ତାହା ଉପରେ ଆଲୋକପାତ କରିଥିଲେ ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅବସରରେ ଅଂଶ ଗ୍ରହଣକାରୀ ମାନଙ୍କୁ ସାର୍ଟିଫିକେଟ ଓ ସହାୟକ ପୁସ୍ତିକା ପ୍ରଦାନ କରା ହୋଇଥିଲା ।
ଶେଷରେ ଶ୍ରୀମତୀ ସୁଜାତା ମହାପାତ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Seo wordpress plugin by www.seowizard.org.