Odisha News

ଗଜପତି: ମଣ୍ଡିରେ ଚାଷୀ ଧାନ ଦେବା ପାଇଁ ଜିଲ୍ଲାସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩୦/୧୨: ଗଜପତି ଜିଲ୍ଲାରେ ଚାଷୀ ସେମାନଙ୍କ ଉତ୍ପାଦିତ ଧାନ ସରକାରଙ୍କୁ ବିକ୍ରି କରିବା ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ , ନିୟନ୍ତ୍ରିତ ବଜାର କମିଟି ଓ ଏଆରସିଏସ: ର ମିଳିତରେ ଜିଲ୍ଲା ସ୍ତରୀୟ ଖରିଫ ଧାନ କ୍ରୟ ମଣ୍ଡି ଉଦଘାଟିତ ହୋଇଯାଇଛି ।
ଗଜପତି ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି: ତିରୁପତି ରାଓ ଏବଂ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଧାନ ମଣ୍ଡି ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ଏଥିରେ ସଭାପତିତ୍ବ କରି ଚାଷୀମାନେ ମଣ୍ଡିକୁ ସଫା , ଶୁଖିଲା , ସମରଙ୍ଗି ଏବଂ ସମ୍ ଆକାରର ଧାନ ଆଣନ୍ତୁ ଏବଂ ସରକାରୀ ଧାର୍ଯ୍ୟ ତଥା ଉଚିତ୍ ମୂଲ୍ୟ ପ୍ରାପ୍ୟ ପାଆନ୍ତୁ । ଅନ୍ୟ ପକ୍ଷରେ ମନ୍ଦିକୁ ଆସିବା ସମୟରେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ ।
ସେହିଭଳି ଜିଲ୍ଲା ପରିଷଦ ସଭାପତି ଶ୍ରୀ ତିରୁପତି ରାଓ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାଷୀ ମାନେ ମୁଖ୍ୟତଃ ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡି\’କୁ କେଉଁ ପ୍ରକାରର ଧାନ ଆଣିବେ , ସେମାନଙ୍କ ଧାନର ଉଚିତ୍ ପ୍ରାପ୍ୟ କିଭଳି ପାଇବେ , , ମଣ୍ଡି\’ରେ ଧାନ କେମିତି କ୍ରୟ କରିବେ , ସେ ସବୁ ଉପରେ କହି ଚାଷୀଙ୍କ ଧାନ ମଣ୍ଡିରେ କ୍ରୟ କରାଯିବ ତେଣୁ ଚାଷୀ ସୁରୁଖୁରୁରେ ସେମାନଙ୍କ ସରକାରୀ ନିର୍ଦ୍ଧାରିତ ଭଲ ଓ ଶୁଖିଲା ଧାନ ଦେଇ ଉଚିତ୍ ପ୍ରାପ୍ୟ ନେବାକୁ ପରାମର୍ଶ ଦେଇ ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ପରିଚାଳନା ଓ ସଂଯୋଜନା କରି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
ମଣ୍ଡିରେ ଚାଷୀ ଶୁଖିଲା ଓ ନିର୍ମଳ ତଥା ଭଲ ମାନର ଧାନ ଆଣି ଦେବା ପାଇଁ ଏହି ୪ ଟି ବ୍ଲକରେ ମୋଟ ୧୪ ହଜାର ୩୦୦ ବିଭିନ୍ନ ବର୍ଗର ଚାଷୀ ଚିହ୍ନଟ ହୋଇଛନ୍ତି ।
୪୫ ଟି ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କ ଧାନ , ମଣ୍ଡିରେ କିଣାଯିବ । ଏଥିପାଇଁ ଚଳିତ ଥର ୨୧ ଟି ଏସଏଚଜି: ଗ୍ରୁପ ରହିଛନ୍ତି ବୋଲି କହି ଚଳିତ ଥର ଶାନ୍ତି ଶୃଙ୍ଖଳାର ସହ ମଣ୍ଡିରେ ଧାନ କ୍ରୟ ହେବ । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା ।
ମଣ୍ଡିରେ ଧାନ ଦେବା ପାଇଁ ଚାଷୀ ମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଏକ ସଚେତନତା ପ୍ରଚାର ରଥ ବିଭିନ୍ନ ଗ୍ରାମକୁ ଯାଇ ପ୍ରଚାର କରୁଛି ଓ ମଣ୍ଡି ସମ୍ପର୍କରେ ସଚେତନତା ପାତ୍ର ମଧ୍ୟ ବଣ୍ଟନ କରୁଛି । ଚାଷୀ ସେମାନଙ୍କ ଅମଳ ଧାନ ମଣ୍ଡିକୁ ଆଣିବା ପାଇଁ ଖରାରେ ଭଲ ଭାବେ ଶୁଖାଇ ଉଚିତ୍ ପ୍ରାପ୍ୟ ପାଇବା ଦିଗରେ ପ୍ରସ୍ତୁତ ହେଉଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚାଳ ଖମାରୀ, ଏଡିଏମ୍ ଶ୍ରୀ ପ୍ରଦୀପ ନାୟକ , ଉପଜିଲ୍ଲାପାଳ ଶ୍ରୀ ଆଲୋକ ପ୍ରଧାନ , ଅଗ୍ରଣୀ ଚାଷୀ ନେତା ଶ୍ରୀ ତିରୁପତି ପାଣିଗ୍ରାହୀ , କୃଷକ ସଂଘ ସଭାପତି ଶ୍ରୀ ସୂର‌୍ୟ ନାରାୟଣ ପଟ୍ଟନାୟକ ଏଆରସିଏସ: ଶ୍ରୀ ହରିହର ସେଠ , ଆରଏମସି: ସେକ୍ରେଟାରୀ ଶ୍ରୀ ଏଲ: ରଘୁବାବୁ , ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ବାଲାରାଜୁ , ସାଂସଦ ପ୍ରତିନିଧି ଶ୍ରୀ ଏସ: ଲିଙ୍ଗରାଜ , ଗୋଷାଣୀ ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ବିରରାଜୁ ଏସଏଆରସିଏସ: ଶ୍ରୀ ନାରାୟଣ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ । ବହୁ ସଖ୍ୟାରେ ଏସଏଚଜି: ସଦସ୍ୟା ଓ ଚାଷୀମାନେ ଯୋଗ ଦେଇଥିଲେ

Related Posts

Seo wordpress plugin by www.seowizard.org.