Odisha News

ଗଜପତି: ଭାରତ ରତ୍ନ ବାବାସାହେବ ଡ: ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୪/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ସମ୍ଭିଧାନ ପ୍ରଣେତା , ଦଳିତଙ୍କ ତ୍ରାଣକର୍ତ୍ତା ତଥା ଭାରତ ରତ୍ନ ବାବା ସାହେବ ଡ: ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ଆଜି ସର୍ବ ଭାରତୀୟ ଅନୁସୂଚିତ ଜାତି , ଜନଜାତି , ପଛୁଆବର୍ଗ ଓ ସଂଖ୍ୟାଲଘୁ କର୍ମଚାରି କଲ୍ୟାଣ ମହାସଂଘ ଗଜପତି ଜିଲ୍ଲାଶାଖା (ସେବାସ୍ତମ୍ଭ) ଓ ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ଭାବେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ମହାସଙ୍ଘର ଜିଲ୍ଲାଶାଖା ସେବାସ୍ତମ୍ଭ ପକ୍ଷରୁ ସ୍ଥାନୀୟ ଦଣ୍ଡାମାଲା ସାହି ଏବଂ ନୂଆ ବସଷ୍ଟାଣ୍ଡ ସ୍ଥିତ ବାବା ସାହେବ ଡ: ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଠାରେ ପାରଳା ପୌରାଧ୍ୟାକ୍ଷା ଶ୍ରୀମତୀ ନିର୍ମଳା ସେଠୀଙ୍କ ସମେତ ସେବାସ୍ତମ୍ଭ ସଂଘ ସଭାପତି ଏସ: ପାପାରାଓ , ଉପଦେଷ୍ଠା ନାରାୟଣ ସେଠି ଓ ଅନ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବୁଦ୍ଧମ ଶରଣମ ଗଛାମୀ ପ୍ରାର୍ଥନା ସଭା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସେବାସ୍ତମ୍ଭ ସଂଘର ସମ୍ପାଦକ ଶ୍ରୀ ଯୁଧିଷ୍ଠିର ରଣସିଂହ , ଉପସଭାପତି ଶ୍ରୀ ଏସ: ଡିଲ୍ଲୀ , ତିରୁପତି ରାଓ ଏବଂ ଜିଲ୍ଲା ରଜକ ସଂଘର ସଭାପତି ଶ୍ରୀ କେ: ମୋହନ ରାଓ ଓ ସଂଘର ବହୁ ସଦସ୍ୟ ସାମିଲ ଥିଲେ ।
ପରେ ଏକ ମୋଟର ସାଇକଲ ରାଲିରେ ବାହାରି ଶେର ସାହି ସ୍ଥିତ ସଭା କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ ।
ସେଠାରେ ଭୀମରାଓ ସେନା ପକ୍ଷରୁ ସଭାପତି ଶ୍ରୀ ବି: ରାମକ୍ରିଷ୍ଣାଙ୍କ ସଭାପତିତ୍ୱରେ ଆୟୋଜିତ ସଭା କାର୍ଯ୍ୟକ୍ରମରେ ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ସଂଘର ଉପଦେଷ୍ଠା ଶ୍ରୀ ନାରାୟଣ ସେଠୀ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ଗୁଣକୀର୍ତ୍ତି ଉପରେ ଆଲୋଚନା କରିଥିଲେ ।
ସେହିଭଳି ଜିଲ୍ଲା ପ୍ରଶାସନର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଭାରତରତ୍ନ ବାବାସାହେବ ଡ: ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା ।
ଏହି ଉପଲକ୍ଷେ ନୂତନ ବସଷ୍ଟାଣ୍ଡ ପରିସରରେ ଥିବା ବାବାସାହେବ ଡ: ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗ୍ରାା ତିରୁପତି ରାଓଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରେ ସ୍ଥାନୀୟ ଗ୍ରାମିଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗା୍ଵରା ତିରୁପତି ରାଓଙ୍କ ସମେତ ଉତ୍କଳ ସମ୍ମିଳନୀ ରାଜ୍ୟ ଉପସଭାପତି ତଥା ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ସହକାରୀ ପ୍ରଫେସର ଡ: ଅଜୟ କୁମାର ତ୍ରିପାଠୀ , ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଭାରତ ରତ୍ନ ବାବାସାହେବ ଡ: ଆମ୍ବେଦକରଙ୍କ ଛାତ୍ର ଓ କର୍ମମୟ ଜୀବନୀ ଆଲୋଚନା କରି ସେ ଏକାଧାରରେ ଜଣେ ଆଇନ ବିଶେଷଜ୍ଞ , ରାଜନୀତିଜ୍ଞ , ଦାର୍ଶନିକ , ନୂତତ୍ତ୍ଵିବିତ , ଐତିହାସିକ ଓ ଅର୍ଥନୀତିଜ୍ଞ ଥିଲେ ବୋଲି କହିଥିଲେ । ଅନ୍ୟପକ୍ଷରେ ଶୈଶବରୁ ବିଭିନ୍ନ ସ୍ଥାନରେ ସେ କିଭଳି ବାରଂବାର ନିର୍ଯ୍ୟାତୀତ ହୋଇ ଜାତିପ୍ରଥା ଓ ସାମାଜିକ ବୈଶମ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ଏବଂ ସେ ସ୍ବାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭାବେ ସେ ଭାରତୀୟ ସମ୍ଭିଧାନ ପ୍ରସ୍ତୁତିର ମୁଖ୍ୟ ପୁରୋଧା ଥିଲେ । ସେ ସମ୍ପର୍କରେ କହି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ବାନ କରିଥିଲେ ।
ଏହି ଅବସରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପୂର୍ବରୁ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରା ଯାଇଥିଲା ।
ସଭାର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ପରିଚାଳନା କରିଥିଲେ ଏବଂ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସ୍ଵରାଜ୍ୟ କୁମାର ଶିସା ପରିଚାଳନା କରିଥିଲେ ।

Related Posts

Seo wordpress plugin by www.seowizard.org.