Odisha News

ଗଜପତି: ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟରେ ‘ବିଶ୍ବ ଯୁବ କୌଶଳ ଦିବସ-୨୦୨୨’କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରାଳାଖେମୁଣ୍ଡି,୧୬/୭ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ ଠାରେ ଆଜି ଜନ ଶିକ୍ଷା ସଂସ୍ଥାନ ଓ ମହାବିଦ୍ୟାଳୟର ୟୁଥ ରେଡକ୍ରସ ଅନ୍ତର୍ଗତ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ଆଜି ‘ବିଶ୍ବ ଯୁବ କୌଶଳ ଦିବସ-୨୦୨୨’ କାର୍ଯ୍ୟକ୍ରମ ପାଳନ ଅବସରରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକ ଅଧ୍ୟକ୍ଷତା କରି ଯୁବପିଢ଼ି ମଧ୍ୟରେ ଯେଉଁ କୌଶଳ ଓ ଅନ୍ତର୍ନିହିତ ପ୍ରତିଭା ରହିଛି , ତାକୁ କିଭଳି ସଦ ବିନିଯୋଗ କରିବା ସହ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ , ସେ ସମ୍ପର୍କରେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଜନଶିକ୍ଷା ସଂସ୍ଥାନର ଅଧ୍ୟକ୍ଷ ଶ୍ରୀ ଏ ଜଗନ୍ନାଥ ରାଜୁ , ସରକାରୀ ପୋଲି ଟେକନିକ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଗଦାଧର ମହାରଣା , ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ରଂଜିତ ପତି , ଜିଲ୍ଲା ଶିଳ୍ପ କେନ୍ଦ୍ରର ଆଇପିଓ ଶ୍ରୀ ଶୁସାନ୍ତ କୁମାର ପ୍ରଧା. ଅଧ୍ୟାପକ ରବେନ୍ଦ୍ର ପାଣିଗ୍ରାହୀ ଏବଂ ଜୀବା ପଞ୍ଚାୟତ ସରପଞ୍ଚ ଏଡ଼େଙ୍ଗା ଶବର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ କ୍ଷ ଅତିଥି ମାନେ ଯୁବ କୌଶଳର ବିଭିନ୍ନ ଦିଗ ସମ୍ପର୍କରେ କହି ଯେଉଁ ଦେଶର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଯେତେ ଉନ୍ନତ , ସେହି ଦେଶ ସେତେ ସମୃଦ୍ଧ । ଯାହାକିଛି କରିବାର ଅଛି , ତାହା କେବଳ ଯୁବାବସ୍ଥାରେ ହିଁ ସମ୍ଭବ । ତେଣୁ ଛାତ୍ରଛାତ୍ରୀ ମାନଙ୍କ ଟେକ୍ନିକାଲ କୌଶଳ ବଢ଼ାଇବା ସହ ଟେକ୍ନିକାଲ ଯୋଗ୍ୟତା ପ୍ରତି ସେମାନଙ୍କୁ ଆକୃଷ୍ଠ କରିବାକୁ ହେବ । ଯାହା ଦ୍ୱାରା ସେହି ଯୋଗ୍ୟତାକୁ ଆଧାର କରି ସେମାନେ ଭବିଷ୍ୟତରେ ରୋଜଗାରକ୍ଷମ ହୋଇପାରିବେ । ଏମିତିକି , ସେମାନେ ନିଜେ ପ୍ରତିଷ୍ଠିତ ହେବା ସହ ନିଜ ପରିବାର ପ୍ରତି କିଛି ନା କିଛି ଆର୍ଥିକ ସହାୟତା ପ୍ରଦାନ କରିବାରେ ସହାୟକ ହୋଇ ପାରିବେ । ନିଜର କୌଶଳ ବିଦ୍ୟା ଥିଲେ ଭବିଷ୍ୟତରେ ସେମାନେ ସେମାନଙ୍କ ରୋଜଗାର କ୍ଷମତା ବଢ଼ାଇ ପାରିବେ ବୋଲି କହିଥିଲେ ।
କାର‌୍ୟ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ୱାଇଆରସି: ସଂଯୋଜିକା କଳ୍ପନା ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ବିଶ୍ବ ଯୁବ କୌଶଳ ଦିବସ ଅବସରରେ ଯୁବା ବୟସ ସମୟକୁ ଅଯଥାରେ ନଷ୍ଟ ନ କରି ନିଜକୁ ଉଦ୍ୟମୀ ହେବା ସହ ନୂତନ ଜ୍ଞାନ କୌଶଳ ପାଇବା ପାଇଁ ନିଜକୁ ନିୟୋଜିତ କରିବା ପାଇଁ ସଂକଳ୍ପ ବଦ୍ଧ ହେବାକୁ ଶପଥ ପାଠ କରାଇ ଥିଲେ ।
ଏହି ସମସ୍ତ କାର୍ଯ୍ୟ କ୍ରମକୁ ଅଧ୍ୟାପକ ଶ୍ରୀ ବିନୋଦ ଚନ୍ଦ୍ର ରଥ ଏବଂ ଅଧ୍ୟାପକ ଶ୍ରୀ ସୀତାରାମ ପ୍ରଧାନ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.