Odisha News

ଗଜପତି: ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଡ଼ଃ ଡି: ପୁରନ୍ଦେଶ୍ବରୀ ପଞ୍ଚାୟତ ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ପ୍ରଚାର କଲେ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ

ପାରଳାଖେମୁଣ୍ଡି,୧୧/୨:    ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ରାଜ୍ୟ ପ୍ରଭାରୀ ଡ଼ଃ  ଡି: ପୁରନ୍ଦେଶ୍ବରୀ ଦୁଇ ଦିନିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ଜିଲ୍ଲା ପରିଷଦ ଜୋନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ  ନିର୍ବାଚନୀ ଭୋଟ ପ୍ରଚାର କରିଛନ୍ତି ।

ଗଜପତି ଜିଲ୍ଲାର  ବ୍ଲକ ଯଥା :- କାଶୀନଗର , ଗୋସାଣି , ରାୟଗଡ , ରା: ଉଦୟଗିରି ଓ ମୋହନା ବ୍ଲକ ଅଞ୍ଚଳର ଜିଲ୍ଲା ପରିଷଦ ଜୋନ ପାଇଁ ବିଜେପି ଦଳୀୟ ପ୍ରାର୍ଥୀ ନିମନ୍ତେ ଭୋଟ ପ୍ରଚାର କରିଥିଲେ ।

ରାଜ୍ୟ ପ୍ରଭାରୀ ଡି: ପୁରନ୍ଦେଶ୍ବରୀ  ବିଭିନ୍ନ ନିର୍ବାଚନୀ ପ୍ରଚାର ସଭାରେ ଯୋଗଦେଇ ପ୍ରଚାର ଆରମ୍ଭ କରିଛନ୍ତି ।  ସେ ରାଜ୍ୟ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ଟାର୍ଗେଟ କରିଥିଲେ ।

କେନ୍ଦ୍ରୀୟ ଯୋଜନାକୁ ଅପହରଣ କରି ରାଜ୍ୟ ସରକାର ନିଜ ନାଁମରେ ଯୋଜନା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କେନ୍ଦ୍ରୀୟ ଯୋଜନା ସସବୁକୁ ଠିକ୍ ଭାବରେ କାର‌୍ୟ୍ୟକାରୀ ନ କରିବା ଫଳରେ ଏବେବି ରାଜ୍ୟର ବିକାଶ ସମ୍ଭବ ହୋଇ ପାରିନାହିଁ । ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୨ ବର୍ଷ ଶାସନ କାଳରେ ସବୁଠାରୁ ବେଶୀ ଅସୁରକ୍ଷିତ ହେଉଛନ୍ତି ମହିଳା ଓ ଶିଶୁ । ଅନ୍ୟପଟେ ଗାଁକୁ କାମ ଏବଂ ମାଁ କୁ ସମ୍ମାନ ଏଠାରେ ଉପହାସ ସଦୃଶ ହୋଇଛି । ଆଗରରୁ ରାଜ୍ୟରେ ଅନେକ ଉଦାହରଣ ରହିଥିବା ବେଳେ ଗତ କିଛି ମାସ ତଳେ ମମିତା ମେହେର ହତ୍ୟା ଘଟଣା ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଥିଲା । ସେହିପରି ନୟାଗଡ ପରୀ ହତ୍ୟାକାଣ୍ଡ ଘଟଣା ମଧ୍ୟ ଶିଶୁ କେତେ ଅସୁରକ୍ଷିତ ତାହାକୁ ସ୍ପଷ୍ଟ କରଛି   ।

ଏଣୁ ବର୍ତ୍ତମାନ ପରିବର୍ତ୍ତନର ସମୟ ଆସିଛି ବୋଲି ପୁରେନ୍ଦେଶ୍ବରୀ କହିଛନ୍ତି । ରାଜ୍ୟ ସରକାରଙ୍କ ମନମାନି ପ୍ରତିବାଦରେ ବିଜେପିର ପ୍ରତିଦ୍ବନ୍ଦିତା କରୁଥିବା ଦଳୀୟ ପ୍ରାର୍ଥୀ ମାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଡି ପୁରନ୍ଦେଶ୍ବରୀ ନିବେଦନ କରିଛନ୍ତି ଭୋଟର ମାନଙ୍କୁ ।  

ଏହି ପ୍ରଚାର କାର‌୍ୟ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର , ପାରଲାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି ଶ୍ରୀ କେ: ନାରାୟଣ ରାଓ , ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ତ୍ରିପତି ନାୟକ ଓ ଜିଲ୍ଲା ପ୍ରଭାରୀ ସରୋଜ ସାବତ ପ୍ରମୁଖ ଉପସ୍ଥିତରହି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ପ୍ରଚାର ନିବେଦନ କରିଥିଲେ ଉପସ୍ଥିତ ଭୋଟର ମାନଙ୍କୁ ।

Related Posts

Seo wordpress plugin by www.seowizard.org.