Odisha News

ଗଜପତି : ପ୍ରଥମ ତଥା ୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୮/୫ : ପାରାଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ନୂତନ ଜିଲ୍ଲା ପରିଷଦ ଗଠନ ହେବା ପରେ ପରିଷଦର ପ୍ରଥମ ତଥା ୪୭ ତମ ଜିଲ୍ଲା ପରିଷଦ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗା୍ଵରା ତିରୁପତି ରାଓଙ୍କ ସଭାପତିତ୍ୱରେ ବୈଠକ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ , ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ , ମୋହନା ବିଧାୟକ ଶ୍ରୀ ଦାସରଥୀ ଗମାଙ୍ଗ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟ ପକ୍ଷରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟଗୁଡିକରେ ସ୍ୱଚ୍ଛତା ରଖି ନିର୍ଦ୍ଧିଷ୍ଟ ସମୟରେ କାର୍ଯ୍ୟ ସମ୍ପନ୍ନ କରି ଲୋକଙ୍କ ଆସ୍ଥା ଭାଜନ ହେବାପାଇଁ ପରାମର୍ଶ ଦେଇଥିଲେ ।
ଏହି ବୈଠକ କାର‌୍ୟ୍ୟକ୍ରମରେ ମୁଖ୍ୟତଃ ମନରେଗା ବାର୍ଷିକ କାର୍ଯ୍ୟ ଖସଡ଼ା ଓ ବାର୍ଷିକ ଶ୍ରମିକ ଦିବସ ୨୦୨୨–୨୩ ଏବଂ ୫ମ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିସନ , ଗ୍ରାମ୍ୟ ଜଳ ଯୋଗାଣ , ଶିକ୍ଷା , ସ୍ବାସ୍ଥ୍ୟ , କୃଷି , ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ , କ୍ଷୁଦ୍ର ଜଳସେଚନ , ରାସ୍ତା ଓ କୋଠା ବାଡ଼ି , ଖାଦ୍ୟ ଯୋଗାଣ , ମହିଳା ଓ ଶିଶୁ ବିକାଶ , ଜାଲଛାୟା ଓ ମୃତ୍ତିକା ସଂରକ୍ଷଣ ଏବଂ ଓଡିଶା ଜୀବିକା ମିଶନ ପ୍ରଭୃତି ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରା ଯାଇଥିଲା ।
ବୈଠକରେ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମହେଶ୍ବର ଚନ୍ଦ୍ର ନାୟକ ମଞ୍ଚାସୀନ ରହି ବୈଠକ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାକ ସୂଚନା ଦେବା ସହ କାର୍ଯ୍ୟସୂଚୀ ପ୍ରକାରେ ବୈଠକ କାର‌୍ୟ୍ୟକ୍ରମକୁ ସଂଯୋଜନା କରି ଆଗେଇ ନେଇଥିଲେ ।
ଏହି ବୈଠକ କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟସଭ୍ୟା , ବ୍ଲକ ଅଧ୍ୟକ୍ଷଅଧ୍ୟାକ୍ଷା , ଜନ ପ୍ରତିନିଧି , ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ବିଭିନ୍ନ ବିଭାଗୀୟ ଆଲୋଚନା ଗୁଡିକରେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.