Odisha News

ଗଜପତି: ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ଜେଏନଭି: ରେ ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ ଅବସରରେ ମେଗା ଫଟୋ ପ୍ରଦର୍ଶନୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୫/୮ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଉପକଣ୍ଠ ବେତାଗୁଡ଼ା ଠାରେ ଥିବା ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଓ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପରିସରରେ \”ଦେଶ ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ ଅବସରରେ ଏକ ମେଗା ଫଟୋଚିତ୍ର ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଭାରତ ସ୍ୱାଧୀନ ହେବା ତଥା ଅଖଣ୍ଡ ଭାରତ ପୂର୍ବରୁ ଯେଉଁ କିଛି ଦିନ ମଧ୍ୟରେ ଯେଉଁ ସବୁ ଘଟଣା ବଳି ଘଟି ଯାଇଥିଲା , ସେ ସବୁ ଉପରେ ବାହାରିଥିବା ପେପର ନ୍ୟୂଜ କ୍ଲିପିଙ୍ଗ , ସରକାରୀ ଚିଠି ପତ୍ରର ଆଦାନ ପ୍ରଦାନ ଓ ଫୋଟ ଚିତ୍ର ସବୁ ପ୍ରଦର୍ଶନୀ ମାଧ୍ୟମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ , ଅଭିଭାବକ ଏବଂ ପୋଲିସ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜଣାଇବା ଏହି ଦିବସ ପାଳନ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ।
ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ଫଟୋ ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ଗୁଣନିଧି ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଜନ ବିଭୀଷିକା ସ୍ମରଣ ଦିବସ ଫୋଟ ପ୍ରଦର୍ଶନୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ପ୍ରଦର୍ଶନୀ କାର୍ଯ୍ୟକ୍ରମରେ ରହିଥିବା ସମସ୍ତ ଭାରତ ସରକାରଙ୍କ ପକ୍ଷରୁ ଅଖଣ୍ଡ ଭାରତ ପୂର୍ବରୁ ଘଟି ଯାଇଥିବା ବିଭାଜନ ବିଭୀଷିକା ଉପରେ ସ୍ମରଣ ପୂର୍ବକ ପ୍ରେରିତ ୫୨ ଗୋଟି ଫଟୋ ଚିତ୍ରକୁ ବୁଲିଦେଖି ଥିଲେ ।
ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼ଃ ନାୟକ କହିଥିଲେ ଯେ , ଏହା ନିଶ୍ଚିତ ଭାବେ ଭାରତୀୟ ମାନଙ୍କ ପାଇଁ ଏକ ଦୁଃଖଦ ଘଟଣାବଳୀ ଥିଲା , ଯାହାକି ୧୯୪୭ ମସିହାରେ ଆଜିଭଳି ଏକ ଦିନରେ ଅଖଣ୍ଡ ଭାରତ ଯେଉଁ ବିଭାଜିତ ହୋଇଥିଲା ଏବଂ ଲକ୍ଷ ଲକ୍ଷ ସଂଖ୍ୟାରେ ଭାରତୀୟ ମାନେ ଭାରତରୁ ହିନ୍ଦୁ ଓ ମୁସଲିମ ମାନଙ୍କୁ ଯେଉଁ ସ୍ଥାନାନ୍ତର ହୋଇଥିଲା ତାହା ମାନବ ଇତିହାସରେ ଏକ ସର୍ବବୃହତ ସ୍ଥାନାନ୍ତର ବୋଲି କୁହାଯାଏ । ଯାହାର ପଚାରେ ଏକ ଲମ୍ଭା ଇତିହାସ ରହିଛି ବୋଲି କହି କେନ୍ଦ୍ରୀୟ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଯେଉଁଭଳି ପ୍ରଦର୍ଶିତ ଓ ପରିବେଷଣ ହୋଇଥିଲା , ସେଥିପ୍ରତି ଭୂୟସୀ ପ୍ରଶଂସା କରିଥିଲେ ।
ଛାତ୍ରଛାତ୍ରୀ ମାନଙ୍କ ଠାରେ ଏହି ଆଶା ରଖିବା ସହ ଭବିଷ୍ୟତରେ ଏଭଳି ଦିନ ଯେମିତି ଦେଖିବାକୁ ନ ମିଳେ ଏବଂ ଇତିହାସ ଯାହା ଆମକୁ ଶିକ୍ଷା ଦେଇଛି , ସେଇଠୁ ଆମକୁ ଶିଖିବାକୁ ଅଛି ଯେ , ଆଗାମୀ ପିଢ଼ି ଓ ଆଗାମୀ ଭବିଷ୍ୟତ ସେହିଭଳି ସ୍ଥାନାନ୍ତର ଓ ସେହିଭଳି ଦେଶାନ୍ତର ଆଉ ନ ଦେଖୁ ବୋଲି କହିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଏକ ଚିତ୍ତାକର୍ଷକ ଛୋଟ ନାଟକ ପରିବେଷଣ କରିଥିଲେ ।
ଫଟୋଚିତ୍ର ପ୍ରଦର୍ଶନୀକୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନଙ୍କ ସମେତ ଅଭିଭାବକ ଏବଂ ପୋଲିସ ଅଧିକାରୀ ଓ ସିପାହୀ ମାନେ ବହୁ ସଂଖ୍ୟାରେ ଆସି ବୁଲି ଦେଖି ଦେଶ ବିଭାଜନ ର ଭୟଙ୍କର ବିଭୀଷିକା ଘଟାବଳି ରୂପ କିଭଳି ଥିଲା , ସେ ସମ୍ପର୍କରେ ଅବଗତ ହୋଇଥିଲେ ।
ଏ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା ଓ ପୋଲିସ ଅଧିକାରୀ ଶ୍ରୀ ସୁଖବୀର ଭୋଇ ଙ୍କ ସମେତ ଛାତ୍ରଛାତ୍ରୀ ସେମାନଙ୍କ ପ୍ରତିକ୍ରିୟା ରଖିଥିଲେ ।
ସେହିଭଳି ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟରେ ମଧ୍ୟ ଅଧ୍ୟକ୍ଷ ଶ୍ରୀ ଶ୍ରୀକାନ୍ତ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related Posts

Seo wordpress plugin by www.seowizard.org.