Odisha News

ଗଜପତି: ପାରଳାରେ ଫଟୋଗ୍ରାଫର୍ ୟୁନିଅନ ପକ୍ଷରୁ “ବିଶ୍ୱ ଫଟୋଗ୍ରାଫି ଦିବସ” ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୯/୮: ପାରଳାଖେମୁଣ୍ଡି ଠାରେ ଆଜି ଫଟୋଗ୍ରାଫ ୟୁନିଅନ ଯଥା:- “ଇନକ୍ରେଡିବୁଲ ପ୍ରଫେସନାଲ ଫଟୋଗ୍ରାଫର୍ ୟୁନିଅନ” ପକ୍ଷରୁ “ବିଶ୍ୱ ଫଟୋଗ୍ରାଫି ଦିବସ” ପାଳିତ ହୋଇଯାଇଛି ।
ଦୁଇ ଫରାସୀ ବୈଜ୍ଞାନିକ ଲୁଇସ୍ ଜେକସ୍ ମାଣ୍ଡେ ଡାଗୁଏରୋ ଏବଂ ଜୋସେଫ ନିସଫୋର୍ଟ ନିପସେ , ଡାଗୁଏରୋ ଟାଇପ ପ୍ରକ୍ରିୟାରେ ପ୍ରଥମେ ବିଶ୍ୱର ପ୍ରଥମ ଫଟୋଗ୍ରାଫି ୧୮୩୯ ମସିହା ଜାନୁଆରି ୯ ତାରିଖରେ ଆରମ୍ଭ କରିଥିଲେ ।
ଫ୍ରାନସ ସରକାର ତଥା ଫ୍ରେଞ୍ଚ୍ ଏକାଡେମୀ ଅଫ୍ ସାଇନସ୍ , ଏ ବିଷୟରେ ଆନୁଷ୍ଠାନିକ ଭାବେ ସେହି ୧୮୩୯ ମସିହା ଜାନୁଆରି ୯ ତାରିଖରେ ଘୋଷଣା ହୋଇ ଡାଗୁଏରୋ ଟାଇପର ଅନୁମୋଦନ ଲାଭ କରିଥିଲା ।
ସେହି କ୍ରମରେ ପ୍ରତିବର୍ଷ ଅଗଷ୍ଟ ମାସ ୯ ତାରିଖ ଦିନ “ବିଶ୍ୱ ଫଟୋଗ୍ରାଫି ଦିବସ” ପାଳନ କରା ଯାଇଥିଲା ଏବଂ କ୍ରମେ ଏହାର ଲୋକପ୍ରିୟତା ଆଶାତୀତ ଭାବେ ବଢିବାରେ ଲାଗିଲା ।
ଆଜି ଫଟୋଗ୍ରାଫି ଦିବସ ଅବସରରେ ଗଜପତି ଫଟୋ ୟୁନିଅନ୍ “ଆଇପିପିୟୁ” ପକ୍ଷରୁ ଫଟୋଗ୍ରାଫର ଉଦ୍ଭାବକ ଲୁଇସ୍ ଜେକସ୍ ମାଣ୍ଡେ ଡାଗୁଏରୋଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରା ଯାଇଥିଲା ।
ଏହି ଅବସରରେ ଫରେଷ୍ଟ ଛକ ଠାରେ ଥିବା ନିରାଶ୍ରୟ ବୃଦ୍ଧବୃଦ୍ଧା ରହୁଥିବା ଆଶ୍ରମ ତଥା “ଆଶ୍ରା” ର ୩୦ ଜଣ ଅନ୍ତେବାସୀଙ୍କୁ ସକାଳେ ବିଭିନ୍ନ ସେବା କାର୍ଯ୍ୟକ୍ରମ ସମେତ ଜଳଖିଆ , ପନିପରିବା ଓ କିଛି ଅର୍ଥ ଦିଆ ଯାଇଥିଲା ।
ୟୁନିଅନର ସଦସ୍ୟ ମାନେ କହିଛନ୍ତି:- ଯେ , ଏହି ଅବସରରେ ସେବା କାର୍ଯ୍ୟକ୍ରମ କରି ଆମେ ବହୁତ ଖୁସି ଏବଂ ମାନବିକତାର ସାହାଯ୍ୟ କରିବାକୁ ଯାଇ ଆମେ ଆମର କର୍ତ୍ତବ୍ୟ କରିଛୁ ।
ଏହି କାର୍ଯ୍ୟକ୍ରମରେ ଗଜପତି ଫଟୋ ୟୁନିଅନର ଆଇପିପିୟୁ ର ଶ୍ରୀ ଭି: ଡିଲ୍ଲୀ ଡିଲେଶ୍ୱର୍ , ଶ୍ରୀ ଏସ ଶିବା , ଶ୍ରୀ ପି ଶ୍ୟାମ କୁମାର , ଶ୍ରୀ ସୁରେଶ ବଲୁ , ଶ୍ରୀ ବି: ବେଣୁ , ଶ୍ରୀ ଅମର , ଶ୍ରୀ ଗିରି ଏବଂ ଅନ୍ୟମାନେ ଏହି ସମସ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

Related Posts

Seo wordpress plugin by www.seowizard.org.