Odisha News

ଗଜପତି : ପାରଳାଖେମୁଣ୍ଡି ଠାରେ କୋଭିଡ କଟକଣା ମଧ୍ୟରେ ଜଗତ ଜନନୀ ମା’ ଦୁର୍ଗାପୂଜା

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୩/୧୦ : ପାରଳାଖେମୁଣ୍ଡି ସହରରେ ଜଗତ ଜନନୀ ଶାରଦୀୟ ମା ଦୁର୍ଗାଙ୍କ ପୂଜା କୋଭିଡ କଟକଣା ମଧ୍ୟରେ ପାଳିତ ହେଉଛି ।
ପାରଳା ସହରର ବିଭିନ୍ନ ଶକ୍ତିପୀଠ ଯଥା: ମା ମାନିକେଶ୍ୱରୀ , ନିଲମ୍ମା ଠାକୁରାଣୀ , ମା କଦମ୍ବଖଣ୍ଡି ଓ ଦଣ୍ଡ କାରାମ୍ମାଙ୍କ ସମେତ ବଡ଼ବ୍ରହ୍ମଣ ସାହି ଓ ଟ୍ରେଜେରୀ ରୋଡ଼ ଦୁର୍ଗାପୂଜା ପ୍ରଭୃତି ପୂଜା ମଣ୍ଡପରେ ମା’ ଙ୍କ ନଅ ଦିନଧରି ନବରାତ୍ର ପୂଜା ହେଉଥିବା ବେଳେ ଟେକ୍ସି ସଙ୍ଘ , କଟକିଆ ସାହି , ଚିତ୍ରକାର ସାହି , ରାଜଗୁରୁ ସାହି , ପିଏଚଡି ଓ ଇଲେକ୍ତି ବିଭାଗ ପ୍ରଭୃତି ପୂଜା ମଣ୍ଡପରେ ଷଷ୍ଠୀ ଠାରୁ ୫ ଦିନଧରି ମା’ ଙ୍କ ପୂଜା ଅନୁଷ୍ଠିତ ହେଉଛି ।
ଶକ୍ତି ପିଠ ଗୁଡିକରେ ଭକ୍ତଙ୍କ କିଛିଟା ଦେଖା ମିଳୁଥିବା ବେଳେ ପୂଜା ମଣ୍ଡପ ଗୁଡିକ ଭକ୍ତଶୁନ୍ୟ ହୋଇପଡିଛି ।
କରୋନା କଟକଣା ଯୋଗୁଁ ପୂର୍ବବର୍ଷ ଭଳି ଚଳିତ ଥର ଶକ୍ତିପୀଠ କି ମା’ ଦୁର୍ଗାଙ୍କ ପୂଜା ମଣ୍ଡପରେ ଆଉ ସାଜସଜ୍ଜା , ଯାକଯମକ କି ଗହଳି ମଧ୍ୟ ନାହିଁ। ।
ସାଧାରଣ ଭକ୍ତଙ୍କୁ ପୂଜାମଣ୍ଡପକୁ ବାରଣ ଥିବା ଯୋଗୁଁ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସମ୍ମୁଖରେ କମିଟି ପକ୍ଷରୁ ପରଦା ଆବଦ୍ଧ କରାଯାଇଛି ।
ପୂଜକ ଦ୍ଵାରାହିଁ ମା’ ଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଚାଲିଛି । ପୂଜାମଣ୍ଡପ ଗୁଡିକ ଭକ୍ତଶୁନ୍ୟ ହୋଇପଡିଥିବା ଯୋଗୁଁ ଏଥର ଆଉ ସେଭଳି କୋଣସି ଉତ୍ସାହ ପରିଲକ୍ଷିତ ହେଉନାହିଁ ।
କୋଭିଡ କଟକଣା ସହ ପ୍ରଶାସନିକ ନିର୍ଦ୍ଦେଶ କ୍ରମେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସମସ୍ତ ପୂଜାମଣ୍ଡପରେ ପୂଜାକମିଟି ମାନଙ୍କ ପକ୍ଷରୁ ୪ ଫୁଟ ଉଚ୍ଚତାର କରାଯାଇଛି । ପୂଜାମଣ୍ଡପ ଗୁଡିକ ଚଳଚଞ୍ଚଳ ହୋଇଥିଲେ ମଧ୍ୟ କେବଳ ପୂଜକ ଦ୍ଵାରାହିଁ ମା’ ଙ୍କ ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା କାର୍ଯ୍ୟ ଚାଲିଛି ।

Related Posts

Seo wordpress plugin by www.seowizard.org.