Odisha News

ଗଜପତି: ପାରଳାଖେମୁଣ୍ଡି ଠାରେ ଏଆଇସିସି (କଂଗ୍ରେସ) ପକ୍ଷରୁ ସାଧାରଣ ନିର୍ବାଚନ ଅବସରରେ ସାମ୍ବାଦିକ ସମ୍ମିଳନୀ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୪: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ହୋଟେଲ \”ସାଇ ଇଣ୍ଟରନେସନାଲ\” ସମ୍ମିଳନୀ କକ୍ଷ ଠାରେ ଚଳିତ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଏଆଇସିସି:(କଂଗ୍ରେସ) ପକ୍ଷରୁ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଓ ପାରଳା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଏଆଇସିସି: ମୁଖପାତ୍ର ଶ୍ରୀ ପ୍ରଭାତ କୁମାର ଏବଂ ଲୋକସଭା କ୍ଷେତ୍ର ପର‌୍ୟ୍ୟବେକ୍ଷକ ଶ୍ରୀ ରାମ ପ୍ରତାପ ସିଂହ ଯୋଗ ଦେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମାରଣନିତୀ ଓ ମିଥ୍ୟା ପ୍ରତିଶୃତି କାର୍ଯ୍ୟକ୍ରମ ଉପରେ ସମାଲୋଚନା କରି ଵର୍ଷୀଥିଲେ ।
ସେମାନେ କହିଥିଲେ ଯେ , କଂଗ୍ରେସ ଦେଶର ସବୁଠାରୁ ପୁରୁଣା ଓ ସଂଗଠିତ ଦଳ । ଯେଉଁ ଦଳ କି ଦେଶକୁ ସ୍ଵାଧୀନ ଆଣିଥିଲା । ଦେଶରେ ଆଜି ଛଳନା ମୟୀ ସରକାରଙ୍କ ରାଜତ୍ଵ ଚାଲିଛି । ଦେଶର ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଦେଶର ୨ କୋଟି ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବେ ବୋଲି କହିଥିଲେ କିନ୍ତୁ ତାହା ହେଲା ନାହିଁ । ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଥିଲେ ଯେ , ଦିଲ୍ଲୀରେ ଜଣେ ୭୦ ବର୍ଷ ବୟସ ଉର୍ଦ୍ଧ୍ବ ହେଲାଣି କିନ୍ତୁ ତାଙ୍କର ଆହୁରି ପ୍ରଧାନମନ୍ତ୍ରୀ ହେବା ଲାଳସା ଛାଡୁନି , ଠିକ୍ ସେହିଭଳି ଓଡ଼ିଶାରେ ମଧ୍ୟ ବୋଲି କହିଥିଲେ । ଏକ ସରକାର ଓଡ଼ିଶାରେ ଗତ ୨୪ ବର୍ଷ ଶାସନ ମଧ୍ୟରେ ଓଡ଼ିଶାରୁ ବର୍ତ୍ତମାନ ୩୦ ଲକ୍ଷ ପର‌୍ୟ୍ୟନ୍ତ ମାଇଗ୍ରେଟ ହେଉଛନ୍ତି । ଜଣେ କହିଥିଲେ ପ୍ରତ୍ୟେକ ବର୍ଷ ୨ କୋଟି ଯୁବକଙ୍କୁ ରୋଜଗାର ବ୍ୟବସ୍ଥା ଦେବେ ଏବଂ ଅନ୍ୟ ଜଣେ କହିଥିଲେ ୨ ଲକ୍ଷ୍ୟ ରୋଜଗାର ବ୍ୟବସ୍ଥା ଦେବେ , ତେବେ ଏଭଳି ଛଳନା ପୂର୍ଣ୍ଣ ମିଥ୍ୟା ପ୍ରତିଶ୍ରୁତି ରେ କିଭଳି ତାଳମେଳ ରହୁଛି ତେଣୁ ଏଥିରୁ ସହଜେ ଅନୁମେୟ ଯେ , ଉଭୟ କିଭଳି ମିତ୍ର ହୋଇ ଲୁଟି ଚାଲିଛନ୍ତି କହିଥିଲେ ।
ଏଭଳି ବିଭିନ୍ନ ଦୁର୍ନୀତି , ନାରୀ ନିର୍ଯ୍ୟାତନା ଏବଂ ଗରିବ ଏବଂ କୃଷି ମାରଣ ନୀତି ପ୍ରଭୃତି ଉପରେ ସମାଲୋଚନା କରି କହିଥିଲେ ।
ପରେ କଂଗ୍ରେସ ଶାସନ ଭାରକୁ ଆସିଲେ କଣ କଣ କରିବ , ସେ ସମ୍ପର୍କରେ ଥିବା ଦଳୀୟ ନ୍ୟାୟପତ୍ର ତଥା ଇସ୍ତାହାର ସମ୍ପର୍କରେ କହି ମୁଖ୍ୟତଃ ପରିବାର ସୁସ୍ଥ ଢଙ୍ଗରେ ବିକାଶ ପାଇଁ ପ୍ରତ୍ୟେକ ଗରିବ , ମା ,ଭଉଣୀଙ୍କୁ ପ୍ରତ୍ୟେକ ବର୍ଷ ୧ ଲକ୍ଷ୍ୟ ଟଙ୍କା ଦେବା ବ୍ୟବସ୍ଥା , ଋଣମୁକ୍ତ , ପ୍ରତ୍ୟେକ ଜିଲ୍ଲାରେ ଯୁବକ ଯୁବତୀଙ୍କ ରୋଜଗାର ପାଇଁ ୫ ହଜାର କୋଟି ଟଙ୍କା ବ୍ୟବସ୍ଥା , ଦୁର୍ଘଟଣା ହୋଇଥିବାଙ୍କ ପାଇଁ ସାମାଜିକ ସୁରକ୍ଷା ଓ ପେନସନ ବ୍ୟବସ୍ଥା ଏଭଳି ଅନେକ ଯୋଜନା କରାଯିବା ଉପରେ ସୂଚନା ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଶ୍ରୀ ରଶ୍ମି ରଂଜନ ପଟନାୟକ , ପାରଳା ବିଧାୟକ ପ୍ରାର୍ଥୀ ଶ୍ରୀ ବିଜୟ କୁମାର ପଟ୍ଟନାୟକ , କଂଗ୍ରେସ ନଗର ସଭାପତି ଶ୍ରୀ ବସନ୍ତ ପଣ୍ଡା , ଯୁବନେତା ଶ୍ରୀ ସନ୍ତୋଷ ପଣ୍ଡା ଏବଂ ବରିଷ୍ଠ ନେତା ଶ୍ରୀ ସଞ୍ଜୟ ଅଧିକାରୀ ଓ ଶ୍ରୀ ଅଭିମନ୍ୟୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.