Odisha News

ଗଜପତି: ପାରଳାଖେମୁଣ୍ଡି ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୬/୧୧:ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ଠାରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ-ଦିନିଆ ଅଧିବେଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅଧିବେଶନର ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଲେଖକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ , ସମ୍ମାନିତ ଅତିଥି ଭାବେ ପୂର୍ବତନ ବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା , ମୁଖ୍ୟ ବକ୍ତା ଭାବେ ଖଲିକୋଟ ଏକକ ବିଶ୍ଵବିଦ୍ୟାଳୟ ର କୁଳପତି ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମହାନ୍ତି, ସମ୍ମାନିତ ବକ୍ତା ଭାବେ ଆର‌୍ୟ୍ୟ ସମାଜର ରାଜ୍ୟ ସଭାପତି ଡକ୍ଟର ଅର୍ଯ୍ୟକୁମାର ଜ୍ଞାନେନ୍ଦ୍ର , ବରିଷ୍ଟ ସାମ୍ବାଦିକ , ଜଗନ୍ନାଥ ସଂସ୍କୃତିର ଗବେଷକ ପ୍ରଫେସର ଡକ୍ଟର ହରିହର କାନୁନଗୋ , ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି: ତିରୁପତି ରାଓ , ଗଜପତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ପିଡି: ଡିଆରଡିଏ: ଶ୍ରୀ ରୋମାଞ୍ଚଳ ଖମାରୀ , ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନ ଜିବୀ ଶ୍ରୀ ସିଦ୍ଧେଶ୍ୱର ମିଶ୍ର , ଆଦିବାସୀ ନେତା ଅନ୍ତର‌୍ୟ୍ୟାମୀ ଗମାଙ୍ଗ ପ୍ରମୁଖ ଯୋଗ ଦେଇ ଓଡ଼ିଶାର ଉପାନ୍ତ ଜିଲ୍ଲା ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସହରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ଅଧିବେଶନ ଆୟୋଜିତ କରାଇ ପାରିଥିବା ଯୋଗୁଁ ଆୟୋଜକ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ।
ପାରଳାର ସ୍ବର୍ଗତ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ଅମଳରୁ ପାରଳାଖେମୁଣ୍ଡି ସହର ସାହିତ୍ୟ , ନାଟକ, ସଙ୍ଗୀତ ଓ ସଂସ୍କୃତି କ୍ଷେତ୍ର ଭାବେ ପରିଚିତ ଅଟେ କ୍ଷ ଓଡ଼ିଆ ସାହିତ୍ୟ , ସଂସ୍କୃତି ଓ ସଙ୍ଗୀତକୁ ବଞ୍ଚାଇ ବାକୁ ହଲେ ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଦକ୍ଷିଣ ଓଡ଼ିଶାର ସହର ଓ ଗ୍ରାମ ମାନଙ୍କରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଅଧିବେଶନ ଅନୁଷ୍ଠିତ କରାଇଲେ ଯାଇ ଉପାନ୍ତ ଅଞ୍ଚଳରେ ଲୋପ ପାଇବାକୁ ଯାଉଥିବା ଓଡ଼ିଆ ଭାଷା ସାହିତ୍ୟ , ସଂସ୍କୃତି , ସଙ୍ଗୀତ ଓ ଲୋକ ନୃତ୍ୟ ବଞ୍ଚି ପାରିବ ବୋଲି ବକ୍ତା ମାନେ କହିଥିଲେ ।
ଅନ୍ୟ ପକ୍ଷରେ ଭାରତୀୟ ସ୍ଵାଧୀନତା ସଂଗ୍ରାମକୁ ଦକ୍ଷିଣ ଓଡ଼ିଶାର ଅବଦାନ ସମ୍ପର୍କରେ କହି ଭାଷା , ସାହିତ୍ୟ ,କଳା ଓ ସଂସ୍କୃତିକୁ ଗଣାଭିମୁଖି କରିବା କ୍ଷେତ୍ରରେ ଦକ୍ଷିଣ ଓଡ଼ିଶା ସମ୍ମିଳନୀର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ସେମାନଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ।
ଏହି ଦୁଇଦିନିଆ ଅଧିବେଶନରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ସଭାପତି କବି ଶ୍ରୀ ପ୍ରଶାନ୍ତ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଦୁଇଦିନିଆ ଅଧିବେଶନରେ ସଂଯୋଜନା କରି ସ୍ବାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମ ଅବସରରେ ତିନିଗୋଟି ପୁସ୍ତକର ଲୋକାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଅନେକ ବିଶିଷ୍ଟ ସାହିତ୍ୟିକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ପ୍ରତିଭା ସମ୍ଭର୍ଦ୍ଧନା ଜ୍ଞାପନ କରା ଯାଇଥିଲା ।
ପାରଳାଖେମୁଣ୍ଡି ସହରର ମହିଳା ସମାଜ ସେବୀ ତଥା ପ୍ରଗତି ମହିଳା ସଂଗଠନ ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ଅଧିବେଶନର ସମସ୍ତ କାର୍ଯ୍ୟକ୍ରମରେ ପରିଚାଳନା କରିଥିବା ବେଳେ ଏଥିରେ ଶ୍ରୀମତୀ ମାନସୀ ପଣ୍ଡା ଏବଂ ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା ସହଯୋଗ କରିଥିଲେ ।
ଏହି ଅବସରରେ ଦୂରଦର୍ଶନର ପ୍ରାକ୍ତନ ଉପ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ କୁମାର ଧଡାଙ୍କ ଦ୍ଵାରା ହେତୁ-ଭିତ୍ତିକପ୍ରଦର୍ଶନ କାର୍ଯ୍ୟକ୍ରମ ଏବଂ ପରେ ଦେବେନ୍ଦ୍ର ନାଥ ଦାସ ଓ ସାଥୀଙ୍କ ଦ୍ଵାରା ଦାସକାଠିଆ କାର୍ଯ୍ୟର‌୍ୟ୍ୟକ୍ରମ ପରିବେଷଣ ହୋଇଥିଲା ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନର ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ଉପ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ , ସମ୍ମାନିତ ଅତିଥିଭାବେ ପାରଳାଖେମୁଣ୍ଡି ପୌର ପରିଷଦର କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ଏସିଆନ ଏଜ୍ର ଭୁବନେଶ୍ୱର ପ୍ରତିନିଧି ଶ୍ରୀ ଅକ୍ଷୟ ସାହୁ ପ୍ରମୁଖ ଯୋଗ ଦେଇ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଅଧିବେଶନ ସାହିତ୍ୟ , ସଂସ୍କୃତି , ସଙ୍ଗୀତ ଓ ଲୋକ
କଳାରେ ସମ୍ପୂର୍ଣ ଭରପୁର ଥିବା ଭଳି ଉପାନ୍ତ ଅଞ୍ଚଳ ପାରଳାଖେମୁଣ୍ଡି ସହରରେ ସଫଳତାର ସହିତ ଅନୁଷ୍ଠିତ କରାଇ ପାରି ଥିବା ଯୋଗୁଁ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର କର୍ମକର୍ତ୍ତା ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଡଃ କଲ୍ୟାଣୀ ସଂଘମିତ୍ରା , ଦୂରଦର୍ଶନ ର ପ୍ରାକ୍ତନ ଉପ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ଧଡା , ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ଉପସଭାପତି ଶ୍ରୀ ଗୌରାଙ୍ଗ ରାଉତ ଓ ଭୁବନେଶ୍ଵର ସ୍ଥିତ ଏସିଆନ ଏଜ ବରିଷ୍ଠ ସାମ୍ବାଦିକ ଶ୍ରୀ ଅକ୍ଷୟ ସାହୁ ପ୍ରମୁଖ ଅନୁଷ୍ଠିତ ସଂସଦୀୟ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ।
ଦ୍ଵିତୀୟ ଦିନରେ ଅନୁଷ୍ଠିତ ସମ୍ମିଳନୀ ଅଧିବେଶନର କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପ୍ରଧାନ , ଇଂ ସୁଚେତା ପାଣିଗ୍ରାହୀ , ଶ୍ରୀ ପ୍ରମୋଦ ପଣ୍ଡା , ଶ୍ରୀ ଭୁବନ ମୋହନ ମହାନ୍ତି , ଶ୍ରୀମତୀ ସ୍ୱାଗତିକା ବାହିନୀପତି , ଅଧ୍ୟାପିକା ଜ୍ୟୋତ୍ସ୍ନାରାଣୀ ପଟନାୟକ , ପ୍ରମୁଖଙ୍କ ସଂଯୋଜନାରେ ଦକ୍ଷିଣ -ଓଡ଼ିଶାର ସମସ୍ତ ଜିଲ୍ଲାରୁ ବୁଦ୍ଧିଜୀବୀ , କବି , ସାହିତ୍ୟିକ , ଗବେଷକ , ସାମ୍ବାଦିକ , କଳାକାର , ଶିକ୍ଷକ , ସମାଜସେବୀ , ଛାତ୍ର ଛାତ୍ରୀ , ରାଜନେତା ଓ ନେତ୍ରୀ , ସାହିତ୍ୟ ସଂଗଠକ ପ୍ରମୁଖ ୫୦ ରୁ ଅଧିକ ଯୋଗ ଦେଇ ନିଜ ନିଜର ସ୍ବରଚିତ କବିତା ପାଠ କରିଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଦିନ ଅବସରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ଗଜପତି ଜିଲ୍ଲା ଶାଖାର ସଭାପତି ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ସିଦ୍ଧେଶ୍ୱର ମିଶ୍ର ଓ ସମ୍ପାଦିକା ଭାବେ ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ଶ୍ରୀମତୀ ତନୁଜା ଶତପଥୀ ମନୋନୀତ କରା ଯାଇଥିବା ନେଇ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀ ର ମହା ଶ୍ରୀ ଦଣ୍ଡପାଣି ମହାପାତ୍ର ସୂଚନା ଦେଇଛନ୍ତି କ୍ଷ ଏହାସହ ଉପ ସଭାପତି ଭାବେ ଶ୍ରୀ କୈଳାଶ ପଟ୍ଟନାୟକ , ଶ୍ରୀ ଲୋକନାଥ ମିଶ୍ର ଓ ଶ୍ରୀ ହରପ୍ରସାଦ ସୁଆର , ସହ ସଂପାଦିକା ଭାବେ ଶ୍ରୀମତୀ ମାନସୀ ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି ।
ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବେ ୭ ଜଣଙ୍କୁ ମନୋନୀତ କରାଯାଇଛି କ୍ଷ ସେମାନେ ହେଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ , ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଶିଶିର ଭଞ୍ଜ ସାମନ୍ତ , ଶ୍ରୀମତୀ ପ୍ରଫୁଲ୍ଲ ବେବର୍ତ୍ତା , ଶ୍ରୀ ସଚ୍ଚିଦାନନ୍ଦ ସାମଲ , ଶ୍ରୀ ନରସିଂହ ଗୌଡ଼ ଓ ଶ୍ରୀରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି ।
ଏହି କର୍ମକର୍ତ୍ତା ମନୋନୀତ ବେଳେ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ର ସଭାପତି ପ୍ରଶାନ୍ତ ମିଶ୍ର ଓ ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଓ ଉପସଭାପତି ଶ୍ରୀ ଗୌରାଙ୍ଗ ରାଉତଙ୍କ ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.