Odisha News

ଗଜପତି: ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ମାଷ୍ଟର ଟ୍ରେନର ମାନଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୩/୨: ଗଜପତି ଜିଲ୍ଲାରେ ଆସନ୍ତା ୧୬ ତାରିଖରୁ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆଜି ବୁଧବାର ପୂର୍ବାହ୍ନରେ ଜିଲ୍ଲା ନିର୍ବାଚନ ପ୍ରଶାସନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳିନୀ କକ୍ଷ ଠାରେ ମାଷ୍ଟର ଟ୍ରେନର ମାନଙ୍କ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଉନୟନ୍ନ ଅଧିକାରୀ , ତହସିଲଦାର , ଏବଂ ପଞ୍ଚାୟତ ଅଧିକାରୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ।
ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ମୁଖ୍ୟତଃ ଏହି ତାଲିମ କାର୍ଯ୍ୟକ୍ରମରେ ପୋଲିଂ ଅପିସର ମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ କ୍ଷ ଗ୍ରାମ ପଞ୍ଚାୟତର ନିୟମ ଓ ପ୍ରିଜାଇଡିଂ ଅପିସର ହ୍ୟାଣ୍ଡବୁକ ଅନୁସାରେ ନିର୍ବାଚନ କାର୍ଯ୍ୟ ପରିଚାଳନା କରିବା ସମେତ କୋଭିଡ ନିୟମ ଅନୁଯାୟୀ ସମସ୍ତ ତାଲିମ ଓ ପୋଲିଂ କାର୍ଯ୍ୟକ୍ରମ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ ।
ଏହି ମାଷ୍ଟର ଟ୍ରେନର ମାନେ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ ବିଷୟରେ ଏଠାରୁ ତାଲିମ ନେଇ ଯିବା ପରେ ସେମାନେ ସଂପୃକ୍ତ ବ୍ଲକ ସଦର ମହକୁମା ପୋଲିଂ ଅଫିସର ମାନଙ୍କୁ ତାଲିମ ଦେବେ ବୋଲି କୁହା ଯାଇଥିଲା ।
ଏହି ତାଲିମ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା , ଜିଲ୍ଲା ଗ୍ରାମ୍ୟ ଉନୟନ୍ନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅନାମ ଚରଣ ପାତ୍ର , ସମସ୍ତ ନୋଡାଲ ଅଫିସର , ଜିଲ୍ଲା ପଞ୍ଚାୟତ ଅଧିକାରୀ ଶ୍ରୀ ଉଲାସ ସେଠି , ସହକାରୀ ଜିଲ୍ଲାପାଳ ଶ୍ରୀ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.