Odisha News

ଗଜପତି: ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ପଡୋଶୀ ଅଞ୍ଚଳ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଗଣେଶ କୁମାର ରାଜୁ

ପାରାଳାଖେମୁଣ୍ଡି,14/3: ଦେଶ ସ୍ବାଧୀନତା’ର 75 ବର୍ଷ ପୂର୍ତ୍ତି’ର ଅଂଶ ବିଶେଷ ଆଜାଦୀକା ଅମୃତ ମହୋତ୍ସବ ଅବସର’ରେ ଆଜି ଗଜପତି ଜିଲ୍ଲା ଗୁମ୍ମାବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମସ୍ଥିତ ବିନୋଦିନୀ ବିଜ୍ଞାନ କନିଷ୍ଠ ମହାବିଦ୍ୟାଳୟ  ପରିସର’ରେ ଭାରତ ସରକାର’ଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ତ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମହାବିଦ୍ୟାଳୟ’ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ପଡୋଶୀ ଅଞ୍ଚଳ ଯୁବ ସାଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି   l

 ଏହି ଅବସର’ରେ ମହାବିଦ୍ୟାଳୟ’ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ପଟନାୟକ’ଙ୍କ ସଭାପତିତ୍ୱ’ରେ ଏବଂ ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଶ୍ରୀ ବିଜୟ କୁମାର ମହାପାତ୍ର’ଙ୍କ  ସଂଯୋଜନା’ରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମ’ରେ ପାରାଳାଖେମୁଣ୍ଡି ଉପଜିଲ୍ଲାପାଳ ଶ୍ରୀ ଦିଲୀପ କୁମାର ମହାରଣା ଯୋଗଦେଇ ଆଜିର ଯୁବଗୋଷ୍ଟି ଆସନ୍ତା କାଲିର ଭବିଷ୍ୟତ, ରାଷ୍ଟ୍ର ଗଠନରେ ଯୁବଗୋଷ୍ଠୀ’ଙ୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି,  ତେଣୁ ସେମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦକ୍ଷତା’କୁ ନେଇ ଅଧିକ କ୍ରିୟାଶୀଳ ହୋଇ କାର୍ଯ୍ୟ କ୍ଷେତ୍ରରେ ଆଗେଇ ଯିବାକୁ ଆହ୍ବାନ କରିଥିଲେ  l

   ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ’ରେ ରାଜସ୍ବ ବିଭାଗ ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼, ସହକାରୀ କଲେକ୍ଟର ଶ୍ରୀ ଜୁବୁଲି ଚରଣ ବେହେରା , ଜିଲ୍ଲା ନିଯୁକ୍ତି ଓ ନିୟୋଜନ ଅଧିକାରୀ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ ଏବଂ ମହାବିଦ୍ୟାଳୟ’ର  ବରିଷ୍ଠ ଅଧ୍ୟାପକ ଶ୍ରୀ ରବେନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚଆସୀନ ଅତିଥି ଭାବେ ଯୋଗଦେଇ ସମ୍ଭିଧାନ ବ୍ୟବସ୍ଥା ଓ ଯୁବ ସାଂସଦ’ର ବିଭିନ୍ନ ଦିଗ ଉପରେ କହି ପଲ୍ଲୀ ଠାରୁ ଆରମ୍ଭ କରି ପଞ୍ଚାୟତ , ବ୍ଲକ , ଜିଲ୍ଲା ପର୍ଯ୍ୟନ୍ତ ସୁଦୃଢ଼  କରି ପାରିଲେ ହିଁ ସମ୍ଭିଧାନ’କୁ ତାହା ସଂଗଠିତ କରିବା’ରେ ସହାୟକ ହେବା ସହ ସ୍ୱଚ୍ଛ ନେତୃତ୍ୱ’ରେ ହିଁ ଦେଶର ବିକାଶ ସମ୍ଭବ ହୋଇଥାଏ  ବୋଲି କହିଥିଲେ  l

         ଏହି କାର୍ଯ୍ୟକ୍ରମ ରେ  ରିସୋର୍ସ ପର୍ସନ ଭାବେ ସେବା ନିବୃତ୍ତ ପ୍ରଧାନଶିକ୍ଷକ  ଆଚାର୍ଯ୍ୟ ଶ୍ରୀ ବିନୋଦ ଚନ୍ଦ୍ର ଜେନା  ଜଳ ସଂରକ୍ଷଣ ବିଷୟରେ , ଜିଲ୍ଲା ମୁଖ୍ୟ ଚିକିତ୍ସା୍ଳୟ’ର ଡ଼ିଏମଆରସିଏଚ ଶ୍ରୀ ଶୁଶାନ୍ତ ପ୍ରସାଦ ନାୟକ କରୋନା ସତର୍କତା ଉପରେ ଏବଂ ଡ: ପ୍ରଦୀପ କୁମାର ଷଡ଼ଙ୍ଗୀ ଓ ଡ: ନଳିନୀ ସାବତ ବିପର୍ଯ୍ୟୟ ପ୍ରଶମନ  ଓ ପ୍ରାଥମିକ ଚିକିତ୍ସା’ର ବିଭିନ୍ନ ଦିଗ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ  l

    ଶେଷରେ ଉପସ୍ଥିତ ସମସ୍ତ’ଙ୍କୁ ମହାବିଦ୍ୟାଳୟ’ର ବରିଷ୍ଠ ଅଧ୍ୟାପକ ଶ୍ରୀ ସୀତାରାମ  ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ  l

Related Posts

Seo wordpress plugin by www.seowizard.org.