Odisha News

ଗଜପତି: ଦୁଇ ଦିନିଆ ମେଗା କୃଷି ଓ କୃଷକ ମେଳା ଉଦଘାଟିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୩ : ଗଜପତି ଜିଲ୍ଲା ରାଜ ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ୟୁନିଭରସିଟିର ଅଡ଼ିଟୋରିଅମ ହଲରେ ଗୁରୁବାର ଏମଏସ: ସ୍ୱାମୀନାଥନ କୃଷି ବିଦ୍ୟାଳୟ ନୁଆଦିଲ୍ଲୀ ସ୍ଥିତ କୃଷି ଜାଗରଣର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ଏକ ବିରାଟ ଉତ୍କଳ କୃଷି ଓ କୃଷକ ମେଳା କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି ।
ଆୟୋଜିତ ଉଦଘାତନୀ ସଭାରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଏବଂ କୃଷି ଜାଗରଣ ନୂଆଦିଲ୍ଲୀର ଡିନ ଡ: ଏମ: ଦେବେନ୍ଦ୍ର ରେଡି ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ କୃଷି-ମେଳା କାର୍ଯ୍ୟର‌୍ୟ୍ୟକ୍ରମର ତାତ୍ପର୍ଯ୍ୟ ସମ୍ପର୍କରେ କହିଥିଲେ । ମୁଖ୍ୟତଃ କୃଷି ବିଦ୍ୟାଳୟରେ ଆମେ ଯେଉଁ ନୂତନ ଜ୍ଞାନ ଅର୍ଜନ କରୁଛୁ , ସେହି ଜ୍ଞାନକୁ ଯଦି ଆମେ ଆମର ଚାଷୀଭାଇ ମାନଙ୍କ ପାଖରେ ପହଞ୍ଚାଇ ପାରିବା ତା ହେଲେ ସେମାନେ ଏଥିରେ ବେଶ ଉପକୃତ ହୋଇ ସେମାନଙ୍କ ସାମାଜିକ ଓ ଆର୍ଥନୈତିକ ସ୍ଥିତିରେ ଅଭିବୃଦ୍ଧି ଘଟିବ ।
ତେଣୁ କରି ଆମେ କୃଷି ଓ କୃଷକର ଉନ୍ନତି ଦିଗରେ ଆହୁରି ଅନେକ ନୁଆଁ ନୁଆଁ କଥା ବାହାର କରିବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ସଂକଳ୍ପ ବଦ୍ଧ ହେବାକୁ ଆହ୍ବାନ କରିଥିଲେ ।
ସିୟୁଟିଏମ ର କୁଳପତି ଡ: ସୁପ୍ରିୟା ପଟନାୟକ ଯୋଗଦେଇ ଗୋଟିଏ ସ୍ଥାନରେ ଶତାଧିକ ଚାଷୀ ଭାଇଭଉଣୀ ମାନଙ୍କୁ ଏକତ୍ରିତ କରାଇବାର ସୁଯୋଗ ଦେବା ସହ ଏହି ମେଳାରେ ପ୍ରଦର୍ଶିତ ବିଭିନ୍ନ ଉନ୍ନତ ମାନର କୃଷି ପ୍ରଣାଳୀକୁ ସେମାନେ କିଭଳି ଆପଣେଇବେ ତାହାହିଁ ଏଭଳି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ମୁଖ୍ୟତଃ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଯେଉ ସ୍ବପ୍ନ ରହିଛି ଯେ , ଚାଷୀ ମାନଙ୍କ ଉତ୍ପାଦନ ଓ ଆୟକୁ ଦ୍ବିଗୁଣିତ କରିବା, ତାକୁହିଁ ଆଧାର କରି ଆମେ କରୁଥିବା କୃଷି ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମରେ ଆମେ ବିଭିନ୍ନ ଗ୍ରାମର ଚାଷୀଙ୍କୁ ଏଥିରେ ଅଂଶଗ୍ରହଣ କରିବାର ସୁଯୋଗ ଦେଉଛୁ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସିୟୁଟିଏମର ନିର୍ଦ୍ଦେଶକ ଡ: ଏମସି : ଡୋମିନି ଏବଂ ରେଜିଷ୍ଟ୍ରାର ତଥା କୁଳସଚିବ ଡ: ଅନୀତା ପାତ୍ର ପ୍ରମୁଖ ମଞ୍ଚଆସୀନ ଥିଲେ ।
ଏହି ଉଦଘାଟନୀ ସଭା କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଦୁଇଜଣ ପ୍ରଗତିଶୀଳ ଚାଷୀଙ୍କୁ ଇଫକୋ ପକ୍ଷରୁ ମ୍ୟାନେଜର ଶ୍ରୀ ଏସ କେ ଛାତଅରଜିଙ୍କ ଦ୍ୱାରା ପୁରସ୍କାର ଦେଇ ସମ୍ମାନିତ କରା ଯାଇଥିଲା ।
ଅନ୍ୟାପକ୍ଷରେ ବିଶ୍ୱବିଦ୍ୟାଳୟର କୃଷି ଉତ୍କର୍ଷ ପୁସ୍ତିକା ମଞ୍ଚଆସୀନ ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା ।
ଏହି କୃଷି ଓ କୃଷକ ମେଳା କାର୍ଯ୍ୟକ୍ରମ ରେ ୫୦ ଟି ବିଭିନ୍ନ କୃଷି ପ୍ରଦର୍ଶନୀ ଷ୍ଟଲରେ ଶତାଧିକ ସଂଖ୍ୟାରେ ଆଧୁନିକ ଜ୍ଞାନ କୌଶଳର ବିଭିନ୍ନ କୃଷି ପ୍ରକଳ୍ପ ସବୁ ପ୍ରଦର୍ଶତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଏକ ହଜାରରୁ ଅଧିକ ଚାଷୀ ଭାଇଭଉଣୀ , କୃଷି ଉଦ୍ୟୋଗୀ, ମେନୁଫେକଚରର , ଡିଲର , ଡିସଟ୍ରିବୁଟର , କୃଷି ବୈଜ୍ଞାନୀକ , କୃଷି ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ. ।
ସମସ୍ତ କାର୍ଯ୍ୟକ୍ରମକୁ ଏମଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟର ଡ: ଏସପି ନନ୍ଦ ଏବଂ ଡ: ସୌରଭ ବର୍ମନ ପ୍ରମୁଖ ପରିଚାଲନା କରିଥିବା ବେଳେ ଡ: ଚିତ୍ରସେନ ପାଢ଼ୀ , ଡ: ସିଦ୍ଧାର୍ଥ ଶର୍ମା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.