Odisha News

ଗଜପତି: ଦୁଇ ଦିନିଆ ଜିଲ୍ଲାସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୨୨-୨୩ ଏବଂ ପ୍ରକଳ୍ପ ପ୍ରତିଯୋଗିତା -୨୦୨୧-୨୨ କାର୍ଯ୍ୟକ୍ରମ ଉଦଯାପିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୩/୧୨: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଶିକ୍ଷା ବିଭାଗ କାର୍ଯ୍ୟାଳୟ ଆନୁକୁଲ୍ୟରେ ଏବଂ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡ଼ିଶା-ଭୁବନେଶ୍ଵର ସହାୟତାରେ ଗତ ଦୁଇଦିନ ଧରି ଚାଲିଥିବା ଜିଲ୍ଲାସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ ୨୦୨୨-୨୩ ଏବଂ ପ୍ରକଳ୍ପ ପ୍ରତିଯୋଗିତା ୨୦୨୧-୨୨ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି।
ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ସଭାପତିତ୍ବ କରି ସାମ୍ପ୍ରତିକ ସ୍ଥିତିରେ ପରିବେଶ ଉପରେ ଯେଉଁସବୁ ଅସୁବିଧାର ଆହ୍ବାନ ଆସୁଛି , ସେଗୁଡିକ ପ୍ରତି ଆମେ କିଭଳି ସଚେତନ ହୋଇ ଆମ ପାଖରେ ଥିବା ସମ୍ବଳକୁ ନେଇ ଇକୋ-ଫ୍ରେଣ୍ଡଲି ଭାବେ ଚଳିବାକୁ ହେବ ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ଉପରେ ଆଲୋଚନା କରି ପିଲାଙ୍କ ମନ ମଧ୍ୟରେ ରହିଥିବା ବୈଜ୍ଞାନିକ ଚିନ୍ତାଧାରା\’କୁ ପ୍ରକଳ୍ପ ମାଧ୍ୟମରେ ପରିପ୍ରକାଶ କରିବା ଏହା ଏକ ଭଲ ପ୍ଳାଟ-ଫର୍ମ , ତେବେ ସମାଜକୁ ଦିଗଦର୍ଶନ ତଥା ସନ୍ଦେଶ ଦେବାଭଳି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି କରିବା ଉପରେ ଉପସ୍ଥିତ କୁନି କୁନି ବୈଜ୍ଞାନିକ ମାନଙ୍କୁ ଉପଦେଶ ଦେଇଥିଲେ ।
ଏହିକାର୍ଯ୍ୟକ୍ରମରେ ଆନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ , ଜିଲ୍ଲା ଇନ୍ସପାୟରର କନିଷ୍ଠ ବୈଜ୍ଞାନିକ ଶ୍ରୀ ଅଭିନାଶ ସାମଲ , ଆଲୁମ୍ନୀ ଶ୍ରୀ ଭଗବତ ପାଢ଼ୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ଶ୍ରୀମତୀ ସସ୍ମିତା ଗନ୍ତାୟତ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ପିଲାଙ୍କୁ ପ୍ରକଳ୍ପ ପ୍ରସ୍ତୁତି ଓ ତାର ପ୍ରଦର୍ଶନ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ଉପରେ ମାର୍ଗଦର୍ଶନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଆମ୍ପୁଲୁ ରବି କୁମାର ଜିଲ୍ଲାର ୭ଟି ବ୍ଲକରୁ ଆସିଥିବା ମୋଟ ୧୦୮ ଟି ପ୍ରକଳ୍ପ ମଧ୍ୟରୁ ବିଜ୍ଞାନ , ଗଣିତ ଓ ପରିବେଶ ସମ୍ପର୍କିତ ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରକଳ୍ପ ପ୍ରତିଯୋଗିତାର ମୋଟ ୧୪ ଟି ପ୍ରକଳ୍ପ ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ମନୋନୀତ ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ।
ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ସମେତ ଅନ୍ୟାନ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ କନିଷ୍ଠ ବୈଜ୍ଞାନିକ ଶ୍ରୀ ଅଭିନାଶ ସାମଲ , ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ପଣ୍ଡା , କଳ୍ପନା ବେହେରା , ସୁନନ୍ଦା ପାଣିଗ୍ରାହୀ ଓ ଟି: ସତ୍ୟ ନାରାୟଣ ରାଓ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ସମେତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।
ବିଦ୍ୟାଳୟର ଆଲୁମ୍ନି ଶ୍ରୀ ବିଚିତ୍ରକ୍ଷ ନନ୍ଦ ବେବର୍ତ୍ତା ଉଦଯାପନୀ ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଲତା ଶୁଭଦର୍ଶନୀ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ପ୍ରଫୁଲ୍ଲ କୁମାର ବରାଡ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଦୁଇଦିନ ଧରି ଚାଲିଥିବା ସମସ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ଶିକ୍ଷୟତ୍ରୀ ଗଣ ଯଥା:- ରାମ ଶଙ୍କର ଗନ୍ତାୟତ , ୱାଈ: ଶିବ ଶଙ୍କର , ଲକ୍ଷ୍ମୀ ନାରାୟଣ ଲିମା , ଶୁଭଲକ୍ଷ୍ମି ଦାଶ , କବିତା ରାଉତ , ଶ୍ରିଲକ୍ଷ୍ମୀ ଗେଦଲା , ମମତା ଦାଶ , ସୁଜାତା ନନ୍ଦ , ଶୁଜ୍ଞାନୀ ପ୍ରଭା ପାଣିଗ୍ରାହୀ , ବିଷ୍ଣୁପ୍ରିୟା ପାଢ଼ୀ , ରଶ୍ମିତା କୁମାରୀ ନନ୍ଦ , ପ୍ରଫୁଲ୍ଲ କୁମାର ନନ୍ଦ ଏବଂ ପିଇଟି: ସଞ୍ଜୟ କୁମାର ପାତ୍ର ପ୍ରମୁଖ ପରିଚାଳନାରେ ବିଶେଷ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.