Odisha News

ଗଜପତି: ତାଇକଣ୍ଡୋ ଅନୁଷ୍ଠାନ ପକ୍ଷରୁ “ମାତୃ ଦିବସ” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୪/୫: ପାରଳାଖେମୁଣ୍ଡି ସ୍ଥିତ ରାଜ ପ୍ରାସାଦ ସମ୍ମୁଖ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଆଜି ମାତୃ ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ତାଇକଣ୍ଡୋ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଶ୍ରୀ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମା” ମାନଙ୍କ ପକ୍ଷରୁ ଶ୍ରୀମତୀ ଗୀତାରାଣୀ ପାଲ , ମନିଷା ଜେନା ଏବଂ ବରିଷ୍ଠ ଶିକ୍ଷକ ଶ୍ରୀ ଅମୂଲ୍ୟ ପାଣିଗ୍ରାହି ପ୍ରମୁଖ ମଞ୍ଚାସିନ ଥିଲେ ।
ଏହି ଅବସରରେ ଶ୍ରୀମତୀ ହରପ୍ରିୟା ସାହୁ ଏବଂ ଶ୍ରୀମତୀ ଦିପ୍ତିମୟୀ ମିଶ୍ରଙ୍କ ସମେତ ଛୋଟ ଝିଅ ବର୍ଷିତା ଦାଶ ପ୍ରମୁଖ ଏହି ମାତୃ ଦିବସ ଅବସରରେ କହିଛନ୍ତି ଯେ , ମାଆ ଯୁଗେ ଯୁଗେ ପୁଜନୀୟା ।
ଭଗବାନ ସବୁ ଠାରେ ରହିପାରିବେ ନାହିଁ , ସେଥିପାଇଁ ମାଆ ସୃଷ୍ଟି କରିଛନ୍ତି । ମାଆ ଠାରୁ ଛୋଟ ଶବ୍ଦ କି ମଧୁର ଶବ୍ଦ ଓ ମାଆ ଠାରୁ ବଡ଼ ଅର୍ଥ ଦୁନିଆରେ ଆଉ କିଛି ନାହିଁ । ମାଆ ର ମହତ୍ତ୍ଵ ଓ ମାଆ କେତେଯେ ଗୁରୁତ୍ୱପୂର୍ଣ୍ଣ ତାର କଳନା ନାହିଁ ।
ଜଣେ ମଣିଷ ପାଇଁ ନିଜ ମାଆ ର କୋଳ ଓ ତାର ପଣତ ଠାରୁ ସୁରକ୍ଷିତ ଜାଗା , ଦୁନିଆରେ ଆଉ କେଉଁଠି ନାହିଁ । ନିସ୍ୱାର୍ଥ ଭଲ ପାଇବା ସହ ସର୍ବଦା ଭଲ ଚିନ୍ତା ସହ ଉତ୍ତରୋତ୍ତର କାମନା କରିଥାଏ , ଦୁନିଆରେ ମାଆର ସ୍ଥାନ କେହି ନେଇ ପାରିବେ ନାହିଁ । ଏହି ଦିନ ଆମ ହୃଦୟରେ ମାଆ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥାଏ । ତେଣୁ ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମାଆ କୁ ସ୍ନେହ ସମ୍ମାନ ଦେବା ସହ ତାର ସେବା କରିବା ଉପାଦେୟତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
ପରେ ତାଇକଣ୍ଡୋ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ମାଆ-ବାପା ପାଖରେ ବସି ସ୍ନେହ ସମ୍ମାନର ସହ ପୂଜାର୍ଚ୍ଚନା କରି ଫୁଲ ଚାଉଳ ଦୁବ ଦେଇ ଭକ୍ତିପୂତ ମୁଣ୍ଡିଆ ମାରିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମାଆ ଉପରେ ଭକ୍ତିଭାବ ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ତାଇକଣ୍ଡୋ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ତାଇକଣ୍ଡୋ ଅନୁଷ୍ଠାନର ଶ୍ରୀ ଗଣେଶ ଚନ୍ଦ୍ର ମହାପାତ୍ର ଏବଂ ନାଗେଶ୍ଵର ନାଗୁ ମହାପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.