Odisha News

ଗଜପତି: ଜୈବ ମଣ୍ଡଳ ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୦/୧୧: ରାଜ୍ୟ ଜୈବ ମଣ୍ଡଳ ବୋର୍ଡ ଭୁବନେଶ୍ୱର ଆନୁକୁଲ୍ୟରେ ଗଜପତି ଜିଲ୍ଲାର ରାୟଗଡ ଓ ମୋହନା ବ୍ଲକରେ ଜୈବ ମଣ୍ଡଳ ତଥା ଜୈବ ବିବିଧତା ପରିଚାଳନା ସମିତିର ଦକ୍ଷତା ବୃଦ୍ଧି ସମ୍ପର୍କିତ ଦୁଇ ଦିନିଆ ସଚେତନତା ତାଲିମ ଶିବିର କାର୍ଯ୍ୟକ୍ରମ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା – ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହାୟତାରେ ଏବଂ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସ୍ଥିତ “ଲିପିକା” ଅନୁଷ୍ଠାନର ସହଯୋଗିତା ରେ ଅନୁଷ୍ଠିତ ହୋଇଯାଇଛି।
ଏହି ଦୁଇ ଦିନିଆ ତାଲିମ ଶିବିରରେ ବିଶିଷ୍ଟ ଉଦ୍ଭିଦ ବିଜ୍ଞାନବିତ୍ଡ. ପ୍ରସାଦ କୁମାର ଦାଶ , ଜୀବବିଜ୍ଞାନବିତ୍ ଡ ସତ୍ୟନାରାୟଣ ବେହେରା ତଥା ପ୍ରକଳ୍ପ ସଂଯୋଜକ ଡ.ଶୁଭ୍ରାଂଶୁ ନାଏକ ସମ୍ବଳ ବ୍ୟକ୍ତି ଭାବେ ଯୋଗଦାନ କରିଥିଲେ।
ଏହି ଦୁଇ ଦିନିଆ ତାଲିମ କାର୍ଯ୍ୟକ୍ରମକୁ ଡି.ଏଫ୍.ଓ. ଶ୍ରୀ ଏସ୍. ଆନନ୍ଦ ଉଦଘାଟନ କରିଥିଲେ।
ରାୟଗଡ ବ୍ଲକର କଇଁପୁର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଞ୍ଚାସିନ ବକ୍ତା ମାନେ ଐତିହାସିକ ମହେନ୍ଦ୍ରଗିରିର ପରିବେଶ ସୁରକ୍ଷା ଓ ଚୀର ସ୍ଥାୟୀତ୍ୱ, ଦିର୍ଘମିଆଦୀ ଯୋଜନା ପ୍ରଣୟନ ଇତ୍ୟାଦି ଉପରେ ନିଜର ମତବ୍ୟକ୍ତ କରିଥିଲେ। ପ୍ରାସଙ୍ଗିକ ଆଲୋଚନା ମାଧ୍ୟମରେ ଉପସ୍ଥିତ ଜୈବ ମଣ୍ଡଳ କମିଟିର ସଭ୍ୟ ଓ ସଭ୍ୟା ମାନଙ୍କୁ ସଚେତନ କରାଇଥିଲେ।
ସେହିପରି ମୋହନା ବ୍ଲକର ଚନ୍ଦ୍ରଗିରି ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଦିବସର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତା ମାନେ ଜୈବ ସମ୍ବଳ ପଦ୍ଧତି ଦ୍ବାରା ବ୍ୟବସାୟିକ ଉପକାରିତା ଉପରେ ଗୁରୁତ୍ୱୋରୋପ କରିଥିଲେ।
ଏଥିରେ ୨୦୦ ଜଣ ଜୈବ ମଣ୍ଡଳ କମିଟିର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ରାମଗିରି , ଚନ୍ଦ୍ରଗିରି ଓ ମୋହନାର ଫରେଷ୍ଟ ରେଞ୍ଜର ତଥା ବିଭାଗୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
ଏହାକୁ \”ଲିପିକା\” ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଂଯୋଜକ ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.