Odisha News

ଗଜପତି: ଜିଲ୍ଲା ସ୍ତରୀୟ ବିଶ୍ଵ ଦୃଷ୍ଟି ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୩/୧୦: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାସ୍ତରୀୟ ବିଶ୍ଵ ଦୃଷ୍ଟି-ଦିବସ କାର୍ଯର୍୍ୟକ୍ରମ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ-ଓଡ଼ିଶା ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି ।
ଏହି ଅବସରରେ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଚକ୍ଷୁର ଯତ୍ନ ଓ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଜନସଚେତନ କରାଇଥିଲେ । ଏହି ସଚେତନତା ଶୋଭାଯାତ୍ରାକୁ ସିଡିଏମ ଓ ପିଏଚଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ପରେ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଡିପିଏଚଓ ଡ଼ାଃ ଏମ: ମୁବାରକ ଅଲ୍ଲୀ, ଏଡିପିଏଚଓ ଡ଼ାଃ ଇନ୍ଦିରା ମହାପାତ୍ର ଏବଂ ଚକ୍ଷୁ ବିଶେଷଜ୍ଞ ଡ଼ାଃ ରିକି ମାନେକ୍ସା , ଜିଲ୍ଲା ଏପିଡେମିଓଲୋଜିଷ୍ଟ: ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଏଡିପିଏଚଓ: ଡ଼ାଃ ଆନନ୍ଦ ଚନ୍ଦ୍ର ସାମଲ ଏବଂ ଗୁରାଣ୍ଡି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ପିଏଚଇଓ: ମମତା ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ଚକ୍ଷୁର ଯତ୍ନ ଓ ସୁରକ୍ଷା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ବିଭିନ୍ନ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।
ଦୃଷ୍ଟି ଶକ୍ତି କିଭଳି ଓ କାହିଁକି ହ୍ରାସ ହୋଇଥାଏ କହି ଚକ୍ଷୁର କୌଣସି କିଛିଟା ସମସ୍ୟା ଦେଖା ଦେଲେ ତୁରନ୍ତ ଡାକ୍ତରୀ ପରାମର୍ଶ ନେଇ ଚକ୍ଷୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଶ୍ରୀ ନେତ୍ରାନନ୍ଦ ଶତପଥି , ଶ୍ରୀ ଜଗଦୀଶ ପଟନାୟକ , ଶ୍ରୀ ନୀଳମଣି ଗୌଡ଼ , ଏଏନଏମ ପ୍ରଶିକ୍ଷଣ କେନ୍ଦ୍ରର , ଟ୍ୟୁଟର ଶ୍ରୀମତୀ ସୁଫଳା ବେହେରା ଏବଂ ଶ୍ରୀ ସୁବାଷ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.