Odisha News

ଗଜପତି: ଜିଲ୍ଲା ସ୍ତରୀୟ “ଟେବୁଲ ଟପ୍ ଏକ୍ସର୍ଷସାଇଜ ତଥା ବିପର୍ଯ୍ୟୟ ପରିଚାଳନା ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୧୯/୬: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସର୍ବଦା ସକ୍ରିୟ ରାଜ୍ୟ ସରକାର। ରାଜ୍ୟ ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ବିଶେଷ କରି ଉପ-କୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବହୁ ପୂର୍ବରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସତର୍କତା ମୂଳକ ପଦକ୍ଷେପମାନ ନିଆ ଯାଇଥାଏ । ଏନେଇ ବିଭିନ୍ନ ସମୟରେ ସବୁ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଗତପ୍ରସ୍ତୁତି ବୈଠକ ଓ ମିଳିତ ଅଭ୍ୟାସ ଜାରି ରହିଥାଏ।
ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ରାଜ୍ୟ ଏସଆରସିଙ୍କ ପ୍ରତିନିଧି ଡେପୁଟି ଏସଆରସି: ଶ୍ରୀ ରବି ନାରାୟଣ ବାରିକ\’ଙ୍କ ଉପସ୍ଥିତିରେ ବିଭିନ୍ନ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସ୍ତରରେ ଏକ ବିପର୍ଯ୍ୟୟ ପରିଚାଳନା ମକଡ୍ରୀଲ ପ୍ରସ୍ତୁତି ସମ୍ପର୍କିତ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା\’ଙ୍କ ଅଧ୍ୟକ୍ଷତା\’ରେ ଏହି କାର୍ଯ୍ୟ କ୍ରମରେ ଡେପୁଟି ଏସଆରସି: ଶ୍ରୀ ରବି ନାରାୟଣ ବାରୀକ ଯୋଗଦେଇ ସମ୍ବାବ୍ୟ ଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ\’କୁ ସମ୍ମୁଖୀନ ହେବା ପୂର୍ବରୁ କିଭଳି ସମସ୍ତଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି ସଜାଗ ରହିବା ସହ କାର୍ଯ୍ୟ କରିବେ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରୋମାଂଚଳ ଖମାରୀ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ଏବଂ ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଓ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ କୁମାର ବେହୁରା ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ ଯଥା:- ବନ୍ୟା , ବାତ୍ୟା , ଭୂସ୍ଖଳନ ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟ ୟ ସମୟରେ ଜନ ସାଧାରଣଙ୍କ ଧନ ଜୀବନ\’କୁ କିଭଳି ସମ୍ପୂର୍ଣ୍ଣ ଭାବେ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରା ଯାଇଥିଲା ।
ଏହାର ମୁକାବିଲା କରିବା ଦିଗରେ ଆଲୋଚନା ବୈଠକରେ ଉପସ୍ଥିତ ଥିବା ପୋଲିସ , ଏନଡିଆରଏଫ, ଅଗ୍ନିଶମ, ସ୍ବାସ୍ଥ୍ୟ, ଶିକ୍ଷା , ବିଦ୍ୟୁତ, ଜଳସେଚନ, କୃଷି, ସାଧାରଣ ବଣ୍ଟନ, ପରିବହନ, ଗ୍ରାମ୍ୟ ଉନ୍ନୟନ, ବନବିଭାଗ, ପୂର୍ତ୍ତ, ସ୍ଥାନୀୟ କଲେଜ, ଜନସ୍ବାସ୍ଥ୍ୟ ଆଦି ପ୍ରମୁଖ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତି ସମୟରେ ନିଜ ବିଭାଗ ପକ୍ଷରୁ ମୁକାବିଲା ପାଇଁ କିଭଳି ପ୍ରସ୍ତୁତି ରହିଛନ୍ତି , ସେ ସମ୍ପର୍କରେ ପାୱାର ପଏଣ୍ଟ ପ୍ରେଜେଣ୍ଟେଶନ ମାଧ୍ୟମରେ ଉପସ୍ଥାପନ କରିଥିଲେ।
ପ୍ରତି ବିଭାଗ\’ରେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆବଶ୍ୟକ ସାମଗ୍ରୀ ସହ ମାନବ ସମ୍ବଳ ମହଜୁଦ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଡି:ଆର:ଆର: ଶ୍ରୀ ପ୍ରଦୋଷ କୁମାର ଶତପଥୀ ପ୍ରାରମ୍ଭିକ ସୂଚନା ରେ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିବା ସହ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

Related Posts

Seo wordpress plugin by www.seowizard.org.