Odisha News

ଗଜପତି : ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ପାରଳା ରେଳ ଷ୍ଟେସନ ଠାରେ ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୨/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆଜି ପାରଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ପରିସରରେ ସ୍ଵଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ ପି: ନଡ୍ଡା ଙ୍କ ସମେତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଆହ୍ବାନ ଓ ନିର୍ଦ୍ଦେଶ କ୍ରମେ ଆଜି ଏହି ସ୍ଵଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ କରାଯାଉଛି ବୋଲି କୁହାଯାଇଛି ।
ପାରଳାଖେମୁଣ୍ଡି ରେଳ ଷ୍ଟେସନ ପରିସରରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଦଳୀୟ କେଡ଼ର ଓ କର୍ମକର୍ତ୍ତା ମାନେ ସାମିଲ ହୋଇ ପ୍ଲାଟଫର୍ମ ପରିସରରେ ଝାଡୁ ମାରି ମଇଳା ସଫା କରିବା ସହ ରେଳ ଧାରଣା ଠାରେ ପଡ଼ିଥିବା ଜରି ଓ ଆବର୍ଜନା ସବୁ ଗୋଟାଇ ଏକାଠି କରି ସଫେଇ କରିଥିଲେ। ।
ଗଜପତି ଜିଲ୍ଲା ବିଜେପି ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଏବଂ ଯୁବମୋର୍ଚ୍ଚା ନେତା ଶ୍ରୀ ବାବୁନା ବେହେରା କହିଛନ୍ତି ଯେ , ବିଜେପି ପକ୍ଷରୁ ଆଜି ୧୧ ତାରିଖ ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଏହି ସ୍ଵଚ୍ଛ ଭାରତ ଅଭିଯାନ କାର‌୍ୟ୍ୟକ୍ରମ ରେଳ ଷ୍ଟେସନ ସମେତ ମନ୍ଦିର , ବସଷ୍ଟାଣ୍ଡ ଓ ବଜାର ଠାରେ ଜିଲ୍ଲାର ସମସ୍ତ ଏନଏସି: , ପୌରସଂସ୍ଥା , ଓ ବ୍ଲକ ଠାରେ କରାଯିବ ।
ଅନ୍ୟପକ୍ଷରେ ବିଜେପିର ମୂଳ ଉଦ୍ଦେଶ୍ୟ ହେଲା ଯେ , ବସୁଧୈବ କୁଟୁମ୍ବକମ୍ ରାଷ୍ଟ୍ର ସର୍ବୋପରି ଏବଂ ସର୍ବେ ଭବନ୍ତୁ ସୁଖିନା , ଏହି ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିରନ୍ତରତା ସହ ବିଜେପି ଏହିସବୁ କାର୍ଯ୍ୟକ୍ରମ ଜାରୀ ରଖିଛି ।
ବିଜେପି\’ର କାର୍ଯ୍ୟକର୍ତ୍ତା ତାର ଯେଉଁ ସଙ୍ଗଠନ ଢାଞ୍ଚା ଓ ସାଂଗଠନିକ ସ୍ଥିତି ସହ ସଙ୍ଘର୍ଷ ଦେଶବାସୀଙ୍କ ସହ ଯେଉଁ ଅହରହ ଜାରୀ ରଖିଛି ଓ ସେମାନଙ୍କ ସଙ୍ଗରେ ରହିଛି , ଯାହାକି ଏହି \”ସ୍ଵଚ୍ଛ ଭାରତ ଅଭିଯାନ\” ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ , ତେଣୁ ରେଳ ଷ୍ଟେସନ ଆଜି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛି ବୋଲି କହିଥିଲେ ।

Related Posts

Seo wordpress plugin by www.seowizard.org.