Odisha News

ଗଜପତି: ଜିଲ୍ଲା ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ନୂତନ “ଗୃହ ପ୍ରବେଶ କାର୍ଯ୍ୟକ୍ରମ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୬/୯ : ଆଜି ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର (ନିଶାନ ଶାଲୋମ ଚିଲ୍ଡ୍ରେନ ହୋମ) ର କାଶୀନଗର ବ୍ଲକ୍ ଅନ୍ତର୍ଗତ ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ରାଣିପେଟା ଠାରେ ଥିବା ସରକାରୀ ଗୃହରେ ନୂତନ “ଗୃହ ପ୍ରବେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି “ଗୃହ ପ୍ରବେଶ” କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଫିତା କାଟି ଏହି ଗୃହର ଶୁଭାରମ୍ଭ କରିଥିଲେ। ସୂଚନା ଥାଉକି , ଏହି କେନ୍ଦ୍ରଟି ଦୀର୍ଘ ୫ ବର୍ଷ ଧରି ପାରଳାଖେମୁଣ୍ଡି ସ୍ଥିତ ମକା-ତୋଟାମ୍ମା ବିହାର ଠାରେ ଏକ ଭଡ଼ା ଘରେ ଚାଲି ଆସୁଥିଲା।
ଏହି କେନ୍ଦ୍ରରେ ୦ ରୁ ୬ ବର୍ଷ ମଧ୍ୟରେ ପିତୃମାତୃହୀନ , ପରିତ୍ୟକ୍ତ ଏବଂ ସମର୍ପିତ ଶିଶୁମାନଙ୍କୁ ଯତ୍ନ ସୁରକ୍ଷା ପ୍ରଦାନ କରାଯାଇ ସେମାନଙ୍କୁ ସରକାରଙ୍କ ନିୟମାନୁଯାୟୀ ପୋଷ୍ୟ ସନ୍ତାନ ଭାବେ ଯୋଗ୍ୟ ପିତାମାତାଙ୍କୁ ପ୍ରଦାନ କରା ଯାଉଅଛି।
“ଗୃହ ପ୍ରବେଶ” ସମୟରେ କାଶୀନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ସି:ଏଚ: ସୀମାଦ୍ରି, ସରପଞ୍ଚ , ନାଏବ ସରପଞ୍ଚ , ୱାର୍ଡ ମେମ୍ବର , ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀ ଅଶ୍ଵିନୀ କୁମାର ମହାପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ଶିଶୁ ମଙ୍ଗଳ ସମିତି , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ , ଚାଇଲ୍ଡ ହେଲ୍ପଲାଇନ , ଉତ୍କଳ ବାଳଶ୍ରମ , ନିସାନ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.