Odisha News

ଗଜପତି: ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାର କମିଟି ଆନୁକୁଲ୍ୟରେ ଜାତୀୟ ଖାଉଟି ଦିବସ ଅବସରରେ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୪/୧୨:ପାରଳାଖେମୁଣ୍ଡି ରାଜଗୁରୁ ସାହି ସ୍ଥିତ ରସିକରାଜ ମଠ ତଥା ଆପନ୍ନା ପରିଛା ମଠ ପରିସରରେ ଜାତୀୟ ଉପଭୋକ୍ତା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲା ଉପଭୋକ୍ତା ସୁରକ୍ଷା ଓ ଅଧିକାର କମିଟି ପକ୍ଷରୁ ଏକ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଲିଙ୍ଗରାଜ ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ବିଚିତ୍ରା ନନ୍ଦ ବେବର୍ତ୍ତା ଯୋଗ ଦେଇ ଉପଭୋକ୍ତା ମାନଙ୍କୁ ସେମାନଙ୍କ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ କରି ସେମାନଙ୍କ ସ୍ୱାର୍ଥର ସୁରକ୍ଷା କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏହି ସଚେତନତା କର୍ମଶାଳା କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ଭାବେ ଜିଲ୍ଲା ଗ୍ରାହକ ସୁରକ୍ଷା ଓ ଅଧିକାରୀ କମିଟିର ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ଓ କମିଟିର କାର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥୀ ପ୍ରମୁଖ ଯୋଗ ଦେଇ ଗ୍ରାହକ ମାନଙ୍କ ଅଧିକାର ଏବଂ ସୁରକ୍ଷିତ ଗ୍ରାହକର ବିଭିନ୍ନ ଦିଗକୁ ଆଲୋଚନା କରି ଉପଭୋକ୍ତା ଅଧିକାରକୁ ସୁଦୃଢ଼ କରିବା ପାଇଁ ହୋଇଥିବା ସୁରକ୍ଷା ଆଇନ ସମ୍ପର୍କରେ କହିବା ସହ ଖାଉଟି ସୁରକ୍ଷା ଆନ୍ଦୋଳନ\’କୁ ଅଧିକ ସକ୍ରିୟ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
ଅନ୍ୟପକ୍ଷରେ ଗ୍ରାହକ ଜାଗିଲେ ହିଁ ସମାଜର ଉନ୍ନତି ସମ୍ଭବ ବୋଲି କହି ମୁଖ୍ୟତଃ ଚାରି ଗୋଟି ସାଂପ୍ରତିକ ସମସ୍ୟା ଉପରେ ଆଲୋଚନା କରାଯାଇ ଅତିରିକ୍ତ ପ୍ରସଙ୍ଗ ଗୁଡ଼ିକୁ ପରବର୍ତ୍ତୀ ସମୟରେ ଉପରିସ୍ଥ କତୃପକ୍ଷଙ୍କୁ ଅବଗତ କରାଯିବ , ଯାହାକି , ଇଲେକ୍ଟ୍ରୀର ଅନିୟମିତା , ଗ୍ୟାସ୍ , ବସ୍ ଟିକେଟ , କିରାନୀ ଜିନିଷର କଳାବଜାର ଏବଂ ଠକେଇ ପ୍ରଭୃତି ଉପରେ ରହିଥିବା ସମସ୍ୟାର ତ୍ଵରିତ ସମାଧାନ ଦିଗରେ ପଦକ୍ଷେପ ନେବା ପାଇଁ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଅବଗତି ନିମନ୍ତେ ପଠାଇବା ପାଇଁ କାର୍ଯ୍ୟକ୍ରମରେ ନିଷ୍ପତ୍ତି ନିଆ ଯାଇଥିଲା ।
ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାହକ ପୁରୋଧା ଶ୍ରୀ ଶିଶିର କୁମାର ଭଞ୍ଜସାମନ୍ତ ଓ ମଠର ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Related Posts

Seo wordpress plugin by www.seowizard.org.