Odisha News

ଗଜପତି: ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୭/୧୧: ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜଙ୍କ କୋର୍ଟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ।
ଏହି ଅବସରରେ କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣାଙ୍କ ପୌରହିତ୍ୟରେ ଏକ ସଚେତନତା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ମାନସ କୁମାର ପଣ୍ଡାଙ୍କ ସମେତ ସବଜଜ୍ ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , ଜେଏମଏଫସି ଶ୍ରୀ ଶୁଭଜିତ ବେହେରା , ବରିଷ୍ଠ ଆଇନଜୀବି ଶ୍ରୀ ଅଶୋକ ପାଣିଗ୍ରାହୀ ଏବଂ ଶ୍ରୀ ହୀରାଚାନ୍ଦ୍ ପଟନାୟକ ପ୍ରମୁଖ ଯୋଗଦେଇ ଆଇନର ପରିଭାଷା ଓ ତାର ବିଶେଷତ୍ଵର ବିଭିନ୍ନ ଦିଗ ସମ୍ପର୍କରେ କହିବା ସହ ଆଇନ ଆଗରେ ସମସ୍ତେ ସମାନ , ଏ ଦିଗରେ ସମସ୍ତ ନାଗରିକ ଯେଭଳି ସମାନ ଅଧିକାର ପାଇବା ସହ ଉପଯୁକ୍ତ ନ୍ୟାୟ ପାଇ ପାରିବେ ସେଥିପାଇଁ ଆଇନ ବିଭାଗୀୟ କାର୍ଯ୍ୟରତ ସମସ୍ତେ ବ୍ରତୀ ହେବା ପାଇଁ ଆହ୍ବାନ କରିଥିଲେ ।
ଏହି ଅବସରରେ ଉପସ୍ଥିତ ସମସ୍ତ ଆଇନ ବିଭାଗୀୟ ଅଧିକାରୀ , କର୍ମଚାରୀ ଓ ଆଇନଜୀବୀ ମାନେ ସମ୍ବିଧାନର ପ୍ରସ୍ତାବନାକୁ ସମାନତା , ସ୍ବଚ୍ଛତା ଓ ନିରପେକ୍ଷତାର ସହ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ଦିଗରେ ଜାତିର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ସମସ୍ତ ନାଗରିକଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ପ୍ରଦାନ କରିବା ଦିଗରେ ଶପଥ ପାଠ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଆଇନଜୀବୀ , ଜିଲ୍ଲା କୋର୍ଟ ଓ ଆଇନସେବା ପ୍ରାଧିକରଣର କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ କାହ୍ନୁ ଚରଣ ପଣ୍ଡା ଏବଂ ଶ୍ରୀ ରଘୁ ନନ୍ଦନ ଦାସ ପ୍ରମୁଖ ପରିଚାଳନା ଓ ସହଯୋଗ କରିଥିଲେ ।

Related Posts

Seo wordpress plugin by www.seowizard.org.