Odisha News

ଗଜପତି: ଜିଲ୍ଲାସ୍ତରୀୟ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ–୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୭/୧୨: ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ୍ ବେତାଗୁଡ଼ା ସ୍ଥିତ ରିଜର୍ଭ ପୋଲିସ ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ଜିଲ୍ଲାସ୍ତରୀୟ ୬୧ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୨୩ ତଥା “ନିଷ୍କମକ୍ଷ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏଏସପି: ଶ୍ରୀ ସୁନିଲ କାନ୍ତ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନରେ କହିଥିଲେ ଯେ , ବିଭିନ୍ନ ପରିସ୍ଥିତି ବେଳେ ଗୃହରକ୍ଷୀ ମାନେ ପୋଲିସ ବାହିନୀକୁ ସଦାସର୍ବଦା ସାହାଯ୍ୟ ଓ ସହଯୋଗ କରି ଆସୁଛନ୍ତି ।
ବନ୍ୟା , ବାତ୍ୟା ବେଳେ ଉଦ୍ଧାର ଓ ରିଲିଫ ଯୋଗାଣ , କୋଭିଡ୍ ମହାମାରୀ , ଘରପୋଡି ଓ ଦୁର୍ଘଟଣା ଭଳି ଜରୁରୀ କାଳୀନ ପରିସ୍ଥିତି ଏବଂ ଟ୍ରାଫିକ ନିୟନ୍ତ୍ରଣ , ପହରା , ଗାର୍ଡ ଡ୍ୟୁଟି ପ୍ରଭୃତି କ୍ଷେତ୍ରରେ ଗୁରୁତ୍ବ ପୂର୍ଣ୍ଣ ଭୂମିକା ଗ୍ରହଣ କରି ନୀରବଛିନ୍ନ ଭାବେ ସେବା ଯୋଗାଇଥାନ୍ତି ।
ଏଥିସହ ସମାଜର ଦୁର୍ବଳ ଶ୍ରେଣୀର ଲୋକ ମାନଙ୍କୁ ସୁରକ୍ଷା ଦେବା-ସହ ସାମ୍ପ୍ରଦାୟିକ ସଦଭାବ ରକ୍ଷା କରିବା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଗୃହରକ୍ଷୀ ମାନଙ୍କ ଭୂମିକା ତଥା “ନିଷ୍କମକ୍ଷ ସେବା”ର ଉଚ୍ଚ ପରମ୍ପରା ବଜାୟ ରଖି ଦେଶ ଓ ଲୋକଙ୍କ ସେବା କରି ଉଚ୍ଚ ପ୍ରଶଂସିତ ହୋଇଥାନ୍ତି ବୋଲି କହିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ମହାନ୍ତି ଦେଶର ମହାମାନ୍ୟ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ , ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ , ଓ ଗୃହ ସଚିବ , ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ପୋଲିସ ମହା ନିର୍ଦ୍ଦେଶକଙ୍କ ପ୍ରେରିତ ବାର୍ତ୍ତା ପାଠ କରିଥିଲେ ।
ସମ୍ମିଳିତ ପ୍ୟାରେଡ଼ କାର୍ଯ୍ୟକ୍ରମକୁ ଗୃହରକ୍ଷୀ ବାହିନୀର କମ୍ପାନୀ କମାଣ୍ଡର ଶ୍ରୀ ରାଜୁ ପାଢାଲ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ହେଡ଼କ୍ୱାଟର ଡିଏସପି: , ଡିଏସପି ଏଚଆର:- ପିସିଆର: ଶ୍ରୀ କୈଳାଶ ଚନ୍ଦ୍ର ବୁରୁଦା , ଶ୍ରୀ ହୋମଗାର୍ଡ ଆରଆଇ ଶ୍ରୀ ସୂର୍ଯ୍ୟକାନ୍ତ ମନୋରଞ୍ଜନ ଜେନାଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।

Related Posts

Seo wordpress plugin by www.seowizard.org.